ଶିକ୍ଷାର ମନ୍ଦିରରେ ଅମାନବୀୟ କାଣ୍ଡ; ଗୋଡ଼, ମୁହଁ ବନ୍ଧା ଅବସ୍ଥାରେ ୧୨ କୁକୁର ଉଦ୍ଧାର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଶିକ୍ଷାର ମନ୍ଦିରରେ ଘଟିଛି ଅମାନବୀୟ କାଣ୍ଡ । ଏଠାରେ ମାନବିକତାର ଶିକ୍ଷା ଦେବା ପରିବର୍ତ୍ତେ ଦିଆଯାଇଛି କୁଶିକ୍ଷା । ନୀରିହ କୁକୁରଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା । ସେମାନଙ୍କ ଗୋଡ଼ ସମେତ ମୁହଁ ବାନ୍ଧି ପକାଇ ଦିଆଯାଇଛି। କୁକୁରଙ୍କ ଭୁକିବା ଯୋଗୁ ଶୈକ୍ଷିକ ପରିବେଶ ନଷ୍ଟ ହେଉଥିବା ତଥା ସେମାନେ କାମୁଡ଼ିବା ଆଶାଙ୍କା ଥିବା ଅଭିଯୋଗ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ଏପରି ନିର୍ଦ୍ଦୟ କାଣ୍ଡ ଘଟିଛି। ଦୀର୍ଘ ସମୟ ପରେ କିଛି […]

dog

  • Published: Wednesday, 28 September 2022
  • , Updated: 28 September 2022, 02:38 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଶିକ୍ଷାର ମନ୍ଦିରରେ ଘଟିଛି ଅମାନବୀୟ କାଣ୍ଡ । ଏଠାରେ ମାନବିକତାର ଶିକ୍ଷା ଦେବା ପରିବର୍ତ୍ତେ ଦିଆଯାଇଛି କୁଶିକ୍ଷା । ନୀରିହ କୁକୁରଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା । ସେମାନଙ୍କ ଗୋଡ଼ ସମେତ ମୁହଁ ବାନ୍ଧି ପକାଇ ଦିଆଯାଇଛି। କୁକୁରଙ୍କ ଭୁକିବା ଯୋଗୁ ଶୈକ୍ଷିକ ପରିବେଶ ନଷ୍ଟ ହେଉଥିବା ତଥା ସେମାନେ କାମୁଡ଼ିବା ଆଶାଙ୍କା ଥିବା ଅଭିଯୋଗ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ଏପରି ନିର୍ଦ୍ଦୟ କାଣ୍ଡ ଘଟିଛି।

ଦୀର୍ଘ ସମୟ ପରେ କିଛି ସ୍ୱେଚ୍ଛାସେବୀ ମୁହଁ, ଗୋଡ଼ ବନ୍ଧା ଅବସ୍ଥାରେ ପ୍ରାୟ ୧୨ କୁକୁରଙ୍କୁ ଉଦ୍ଧାର କରି ମୁକୁଳାଇଛନ୍ତି। ଏପରି ସାଂଘାତକି ଘଟଣା ଗତକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଲେଡିଜ ହଷ୍ଟେଲ ପରିସରରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଗତକାଲି ବାଳିକା ହଷ୍ଟେଲ ପରିସରରେ ୧୨ ବୁଲା କୁକୁର ବନ୍ଧା ହୋଇ ପଡ଼ିଥିଲେ। ସେମାନଙ୍କ ୪ ଗୋଡ଼ ସମେତ ମୁହଁକୁ ବି ବାନ୍ଧି ଦିଆଯାଇଥିଲା। ଫଳରେ ଦୀର୍ଘ ସମୟ ଭୋକ, ଉପାସରେ  ସେମାନେ ପଡ଼ି ରହିଥିଲେ ।

[caption id="attachment_769714" align="aligncenter" width="650"] ଗୋଡ଼, ମୁହଁ ବନ୍ଧା ଅବସ୍ଥାରେ ପଡ଼ିଥିବା କୁକୁରଙ୍କୁ ଉଦ୍ଧାର କରାଯାଉଛି।[/caption]

ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର  ଫାଉଣ୍ଡର ରୋନାଲି ପାଣିଗ୍ରାହୀ ଏନେଇ ଖବର ପାଇ ତୁରନ୍ତ ନିଜ ସହଯୋଗୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।  ଖବର ପାଇ ପୁଲିସ୍‌ ବି ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସେଠାରେ ବନ୍ଧା ହୋଇଥିବା ଅବସ୍ଥାରେ ବହୁ କୁକୁରଙ୍କୁ ଉଦ୍ଧାର କରାଯାଇଛି। ଏହାକୁ ନେଇ ପ୍ରବଳ ପାଟିତୁଣ୍ଡ ହେବାରୁ ନିଜ ଭୁଲ୍‌ ସ୍ୱୀକାର କରିଥିଲେ ହଷ୍ଟେଲ କର୍ତ୍ତୃପକ୍ଷ । ସମୁଦାୟ ୧୨ଟି ବନ୍ଧା କୁକୁରଙ୍କୁ ଉଦ୍ଧାର କରି ଛଡ଼ାଯାଇଥିବା ରୋନାଲି ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ନିରୀହ ଜୀବଙ୍କ ପ୍ରତି ଏପରି ଅମାବୀୟ କାଣ୍ଡ ଘଟାଇଥିବା କଲେଜ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ମଧ୍ୟାହ୍ନ ସମୟରେ ରୋନାଲି ପାଣିଗ୍ରାହୀ ବ୍ରହ୍ମପୁର ଏସପିଙ୍କ  ନିକଟରେ ଲିଖିତ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି।

ହଷ୍ଟେଲ କର୍ତ୍ତୃପକ୍ଷ ନିଜ ସଫେଇରେ କହିଛନ୍ତି, ଛାତ୍ରୀମାନେ କୁକୁର କାମୁଡିବା ଭୟ ନେଇ ଅଭିଯୋଗ କରିଥିଲେ। ତେଣୁ କୁକୁରମାନଙ୍କୁ ଅନ୍ୟତ୍ର ଛାଡ଼ିବା ନିମନ୍ତେ ସେମାନଙ୍କୁ ବନ୍ଧା ଯାଇଥିଲା ବୋଲି  ସୂଚନା ଦେଇଛନ୍ତି।

Related story