ରାଜ୍ୟରେ ୫୮୩୨୯ଜଣ ଓକିଲ ପଞ୍ଜିକୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜ୍ୟ ବାର କାଉନସିଲରେ ପଞ୍ଜିକୃତ କରିଥିବା ମୋଟ ଓକିଲ(ଅଧିବକ୍ତା)ଙ୍କ ସଂଖ୍ୟା ୫୮୩୨୯ଜଣ। ତେବେ ଏଥିରୁ ୩୩୩୪୭ଜଜଣ ଏବେ ବିଭିନ୍ନ କୋର୍ଟରେ ଓକିଲାତି କରୁଛନ୍ତି ବୋଲି ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ସାରକା କହିଛନ୍ତି ଯେ, ଓଡ଼ିଶା ରାଜ୍ୟ ବାର କାଉନସଲରେ ମୋଟ ୫୮୩୨୯ଜଣ ଅଧିବକ୍ତା ପଞ୍ଜିକୃତ କରିଥିବାବେଳେ ସେଥିରୁ ୪୬୫୧ଜଣ ହାଇକୋର୍ଟରେ, ୨୮୬୯୬ଜଣ ଜିଲ୍ଲା ଓ […]

HighCourt

Ordigital Desk
  • Published: Saturday, 23 July 2022
  • , Updated: 23 July 2022, 10:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜ୍ୟ ବାର କାଉନସିଲରେ ପଞ୍ଜିକୃତ କରିଥିବା ମୋଟ ଓକିଲ(ଅଧିବକ୍ତା)ଙ୍କ ସଂଖ୍ୟା ୫୮୩୨୯ଜଣ। ତେବେ ଏଥିରୁ ୩୩୩୪୭ଜଜଣ ଏବେ ବିଭିନ୍ନ କୋର୍ଟରେ ଓକିଲାତି କରୁଛନ୍ତି ବୋଲି ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।

ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ସାରକା କହିଛନ୍ତି ଯେ, ଓଡ଼ିଶା ରାଜ୍ୟ ବାର କାଉନସଲରେ ମୋଟ ୫୮୩୨୯ଜଣ ଅଧିବକ୍ତା ପଞ୍ଜିକୃତ କରିଥିବାବେଳେ ସେଥିରୁ ୪୬୫୧ଜଣ ହାଇକୋର୍ଟରେ, ୨୮୬୯୬ଜଣ ଜିଲ୍ଲା ଓ ସେସନ୍ କୋର୍ଟ ତଥା ରାଜ୍ୟର ଅନ୍ୟାନ୍ୟ କୋର୍ଟରେ ଓକିଲାତି କରୁଛନ୍ତି। ତେବେ ପଞ୍ଜିକୃତ ହୋଇଥିବା ବାକି ୨୪୯୮୨ ଅଧିବକ୍ତା ଏବେ କେଉଁଠି ଓ କ’ଣ କରୁଛନ୍ତି ସେ ନେଇ ମନ୍ତ୍ରୀ କିଛି ସୂଚନା ଦେଇନାହାନ୍ତି। ମନ୍ତ୍ରୀ ଶ୍ରୀ ସାରକା ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ-୧୯୮୭ ଅନୁସାରେ ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ପ୍ରତିଷ୍ଠା କରାଯାଇଅଛି । ରାଜ୍ୟ ସରକାର ପ୍ରତିବର୍ଷ ଏହି କଲ୍ୟାଣ ପାଣ୍ଠିକୁ ୫କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏହି କଲ୍ୟାଣ ପାଣ୍ଠିରୁ ଅଧିବକ୍ତାମାନଙ୍କୁ ମୃତ୍ୟୁ ଓ ଅବସରକାଳୀନ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥାଏ ।

Related story