୩ୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ୭୧.୬୧% ମତଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଓଡ଼ିଶାରେ ଶେଷ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୧.୬୧ ପ୍ରତିଶତ ମତଦାନ ହୋଇଛି ବୋଲି ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି। ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ କେନ୍ଦୁଝର ଲୋକସଭା ଆସନରେ ସର୍ବାଧିକ ୭୮.୧୬ ପ୍ରତିଶତ ଭୋଟ୍ ପଡ଼ିଥିବାବେଳେ ଭୁବନେଶ୍ୱରରେ ସର୍ବନିମ୍ନ ୫୯.୬୦ ପ୍ରତିଶତ ମତଦାନ ହୋଇଛି। ସେହିପରି […]

vot

Manoranjan Sial
  • Published: Wednesday, 24 April 2019
  • , Updated: 24 April 2019, 05:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଓଡ଼ିଶାରେ ଶେଷ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୧.୬୧ ପ୍ରତିଶତ ମତଦାନ ହୋଇଛି ବୋଲି ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି। ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ କେନ୍ଦୁଝର ଲୋକସଭା ଆସନରେ ସର୍ବାଧିକ ୭୮.୧୬ ପ୍ରତିଶତ ଭୋଟ୍ ପଡ଼ିଥିବାବେଳେ ଭୁବନେଶ୍ୱରରେ ସର୍ବନିମ୍ନ ୫୯.୬୦ ପ୍ରତିଶତ ମତଦାନ ହୋଇଛି। ସେହିପରି ସମ୍ବଲପୁରରେ ୭୬.୩୮%, ଢେଙ୍କାନାଳରେ ୭୪.୯୮%, ପୁରୀରେ ୭୨.୫୩% ଓ କଟକରେ ୬୯.୬୫% ଭୋଟ୍ ପଡ଼ିଛି।

ଏହି ପର୍ଯ୍ୟାୟରେ ରାଜ୍ୟର ମୋଟ ୧୦୦ଜଣ କିନ୍ନରଙ୍କ ସମେତ ୬୬ଲକ୍ଷ ୨୯ହଜାର ୮୪୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ୱର ଲୋକସଭା ଆସନରେ ସର୍ବାଧିକ ୪୯ଜଣ କିନ୍ନର ଭୋଟ୍ ଦେଇଥିବାବେଳେ କଟକରେ ୨୦, ସମ୍ବଲପୁରରେ ୧୦ ଓ ପୁରୀରେ ୧୭ଜଣ କିନ୍ନର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି ୬ଟି ଲୋକସଭା ଆସନରେ ମୋଟ ୯୨ ଲକ୍ଷ ୫୭ହଜାର ୬୨୩ଜଣ ଭୋଟର ଥିବାବେଳେ ଏଥିରୁ ମାତ୍ର ୩୪ଲକ୍ଷ ୨୩ହଜାର ୧୧୯ଜଣ ପୁରୁଷ ଓ ୩୨ଲକ୍ଷ ୬ହଜାର ୬୨୬ଜଣ ମହିଳା ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

Related story