ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ସୁରକ୍ଷା ହେବ କଡାକଡ଼ି

Ordigital Desk
  • Published: Sunday, 22 October 2017
  • , Updated: 22 October 2017, 09:56 PM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ କଡାକଡ଼ି ହେବ ପର୍ଯ୍ୟଟକଙ୍କ ସୁରକ୍ଷା। ପୋଲିସ ଡିଜିଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ହୋଟିଲ ମାଲିକ ଏବଂ ପୁରୀ ଏସପିଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି। ଏଥିରେ ପ୍ରସ୍ତୁତ ହୋଇଛି କିଛି ଗାଇଡ ଲାଇନ୍। ଯେଉଁଥିରେ ପୁରୀରେ ଥିବା ସମସ୍ତ ହୋଟେଲ, ମଠ ଓ ଧର୍ମଶାଳାରେ ସିସିଟିଭି ଲଗାଯିବା ବାଧ୍ୟତାମୂଳକ କରାଯାଇଛି।</p> <p>ଏହାସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତିଦିନ ହୋଟେଲ ଓ ମଠକୁ କେତେ ପର୍ଯ୍ୟଟକ ଆସୁଛନ୍ତି ଏବଂ ଯାଉଛନ୍ତି ତା&rsquo;ର ସମସ୍ତ ତଥ୍ୟ ମାଲିକମାନେ ଅନଲାଇନ ମାଧ୍ୟମରେ ଏସପିଙ୍କ କାର୍ଯ୍ୟାଳୟକୁ ପଠାଇବେ। ଏଥିପାଇଁ ମାଲିକଙ୍କୁ ଏସପି କାର୍ଯ୍ୟାଳୟ ତରଫରୁ ଏକ ସ୍ୱତନ୍ତ୍ର ୟୁଜର ଆଇଡି ଓ ପାସଓ୍ୱାର୍ଡ ପ୍ରଦାନ କରାଯିବ। ଏଥିପାଇଁ ଏକମାସ ସମୟ ଦିଆଯାଇଛି। ପ୍ରଶାସନର ଏପରି ନିଷ୍ପତ୍ତିକୁ ହୋଟେଲ ମାଲିକ ଆସୋସିଏସନ ସ୍ୱାଗତ କରିଛି।</p>

Related story