ଟ୍ରାକ୍ଟର ଧକ୍କାରେ ଚାଲିଗଲା କକା-ପୁତୁରାଙ୍କ ଜୀବନ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଟ୍ରାକ୍ଟର ଧକ୍କାରେ କକା-ପୁତୁରାଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଘଟିଛି। ପୁଲିସ ଟ୍ରାକ୍ଟର ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଝାରକୁଣ୍ଡାମାଲ୍‌ ଗାଁର ଜଗବନ୍ଧୁ ସବର ଓ ତାଙ୍କ ପୁତୁରା ଟି.କେ. ମଣି ସବର ବାଇକ୍‌ରେ କୌଣସି କାମରେ ଜୁନାଗଡ଼ ଯାଉଥିଲେ। ତେବେ ସନ୍ନ୍ୟାସୀକୁଣ୍ଡାମାଲ ଗାଁ ନିକଟରେ ବିପରିତ ଦିଗରୁ ଆସିଥିବା ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ […]

bike-accident

Manoranjan Sial
  • Published: Wednesday, 06 January 2021
  • , Updated: 06 January 2021, 09:22 PM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଟ୍ରାକ୍ଟର ଧକ୍କାରେ କକା-ପୁତୁରାଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଘଟିଛି। ପୁଲିସ ଟ୍ରାକ୍ଟର ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଝାରକୁଣ୍ଡାମାଲ୍‌ ଗାଁର ଜଗବନ୍ଧୁ ସବର ଓ ତାଙ୍କ ପୁତୁରା ଟି.କେ. ମଣି ସବର ବାଇକ୍‌ରେ କୌଣସି କାମରେ ଜୁନାଗଡ଼ ଯାଉଥିଲେ। ତେବେ ସନ୍ନ୍ୟାସୀକୁଣ୍ଡାମାଲ ଗାଁ ନିକଟରେ ବିପରିତ ଦିଗରୁ ଆସିଥିବା ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ୱୁଲାନ୍ସରେ ଜୁନାଗଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ପରେ ପୁଲିସ ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଚାଳକ ଫେରାର ହୋଇ ଯାଇଛି। ପୁଲିସ ମାମଲା ରୁଜୁ କରି ଟ୍ରାକ୍ଟର ଚାଳକକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି।

Related story