ଟ୍ରାକ୍ଟର ଧକ୍କାରେ ୩ ଯୁବକ ମୃତ,ଡ୍ରାଇଭର ଫେରାର

ଘୁ.ଉଦୟଗିରି: ଘୁ.ଉଦୟଗିରି ନିଟକସ୍ଥ କତିଙ୍ଗିଆର ତ୍ରପା ଘାଟି ନିକଟରେ ଟ୍ରାକ୍ଟର ଧକ୍କାରେ ଗୋଟିଏ ବାଇକରେ ଯାଉଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଘର ଟିଆଙ୍ଗିଆର ବୁଡେଡିପାଡାର ବୋଲି ଜଣାପଡିଛି। ଟ୍ରାକ୍ଟର ଧକ୍କାରେ ୩ ମୃତକଙ୍କ ନାମ ହେଉଛି କଛପ ପ୍ରଧାନ(୨୦), ଶଶିକାନ୍ତ ପ୍ରଧାନ(୨୨) ଓ ପ୍ରବୀଣ ପ୍ରଧାନ(୨୦)। ସୂଚନାଯୋଗ୍ୟ ଏହି ତିନି ଯୁବକ ଗୋଟିଏ ବାଇକରେ ନିଜ ଗାଁକୁ ଫେରୁଥିବାବେଳେ ବାଇକଟି ଦୁର୍ଘଟଣାଗସ୍ତ ହୋଇଥିଲା। ଏଥିରେ ବାଇକରେ ଥିବା ତିନିଜଣ ଯୁବକମାନେ ଏଣେ ତେଣେ ଛିଡିକି […]

FotorCreated

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 05:15 PM IST

ଘୁ.ଉଦୟଗିରି: ଘୁ.ଉଦୟଗିରି ନିଟକସ୍ଥ କତିଙ୍ଗିଆର ତ୍ରପା ଘାଟି ନିକଟରେ ଟ୍ରାକ୍ଟର ଧକ୍କାରେ ଗୋଟିଏ ବାଇକରେ ଯାଉଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଘର ଟିଆଙ୍ଗିଆର ବୁଡେଡିପାଡାର ବୋଲି ଜଣାପଡିଛି। ଟ୍ରାକ୍ଟର ଧକ୍କାରେ ୩ ମୃତକଙ୍କ ନାମ ହେଉଛି କଛପ ପ୍ରଧାନ(୨୦), ଶଶିକାନ୍ତ ପ୍ରଧାନ(୨୨) ଓ ପ୍ରବୀଣ ପ୍ରଧାନ(୨୦)।

ସୂଚନାଯୋଗ୍ୟ ଏହି ତିନି ଯୁବକ ଗୋଟିଏ ବାଇକରେ ନିଜ ଗାଁକୁ ଫେରୁଥିବାବେଳେ ବାଇକଟି ଦୁର୍ଘଟଣାଗସ୍ତ ହୋଇଥିଲା। ଏଥିରେ ବାଇକରେ ଥିବା ତିନିଜଣ ଯୁବକମାନେ ଏଣେ ତେଣେ ଛିଡିକି ପିଡିଥିବାବେଳେ ଘଟଣାସ୍ଥଳରେ ବାଇକଟି ପୋଡି ଯାଇଛି। ଅନ୍ୟପକ୍ଷରେ ଟ୍ରାକ୍ଟରକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଛି।

ଖବର ପାଇ ଘଉ ଉଦୟଗିରି ପୋଲିସ ପହଞ୍ଚି ୩ ଯୁବକଙ୍କୁ ନିକଟସ୍ଥ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Related story