ଦୁର୍ଘଟଣାଗ୍ରସ୍ତ ବସ୍‌ ଓ ଟ୍ରାକ୍ଟର ଉପରେ ଆକ୍ସନ୍‌; ପଡ଼ିଲା ୮୦ ହଜାର ଫାଇନ୍‌

ସମ୍ବଲପୁର(ସଞ୍ଜୟ ଜେନା): ଗତକାଲି ସମ୍ବଲପୁର ଜିଲ୍ଲାର ଯୁଯୁମରା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍ ଓ ଟ୍ରାକ୍ଟର ଉପରେ ଜୋରିମାନା ଲଗାଇଛି ପରିବହନ ବିଭାଗ। ଉଭୟ ଗାଡ଼ି ଉପରେ ମୋଟ  ୮୦ ହଜାର ୨୦୦ ଟଙ୍କା ଫାଇନ୍‌ ଲଗାଇଛି। ସେଥିରୁ ଟ୍ରାକ୍ଟର ଉପରେ ୫୩ ହଜାର ୨୦୦ ଟଙ୍କାର ଜୋରିମାନା ପଡ଼ିଛି। ଅନ୍ୟପକ୍ଷରେ ବସ୍‌ ଉପରେ ୨୭ ହଜାର ଟଙ୍କା ଫାଇନ୍ ପକାଯାଇଛି। ଗତକାଲି ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ […]

bus-1

bus-1

Niharika Rout
  • Published: Monday, 27 January 2020
  • Updated: 27 January 2020, 11:26 AM IST

ସମ୍ବଲପୁର(ସଞ୍ଜୟ ଜେନା): ଗତକାଲି ସମ୍ବଲପୁର ଜିଲ୍ଲାର ଯୁଯୁମରା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍ ଓ ଟ୍ରାକ୍ଟର ଉପରେ ଜୋରିମାନା ଲଗାଇଛି ପରିବହନ ବିଭାଗ। ଉଭୟ ଗାଡ଼ି ଉପରେ ମୋଟ  ୮୦ ହଜାର ୨୦୦ ଟଙ୍କା ଫାଇନ୍‌ ଲଗାଇଛି। ସେଥିରୁ ଟ୍ରାକ୍ଟର ଉପରେ ୫୩ ହଜାର ୨୦୦ ଟଙ୍କାର ଜୋରିମାନା ପଡ଼ିଛି। ଅନ୍ୟପକ୍ଷରେ ବସ୍‌ ଉପରେ ୨୭ ହଜାର ଟଙ୍କା ଫାଇନ୍ ପକାଯାଇଛି।

ଗତକାଲି ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଉଭୟ ଗାଡ଼ିର କାଗଜପତ୍ର ଯାଞ୍ଚ କରି ପରିବହନ ବିଭାଗ ଏହି ଜୋରିମାନା ଲଗାଇଛି। ଯାତ୍ରୀବାହୀ ବସ୍‌ର ପରମିଟ୍ ନ ଥିବାରୁ ୧୦ ହଜାର ଟଙ୍କା, ପ୍ରଦୂଷଣ ସାର୍ଟିଫିକେଟ୍ ନଥିବାରୁ ୧୦ହଜାର, ଫିଟନେସ୍ ପାଇଁ ୫ହଜାର ଓ ଇନସୁରାନ୍ସ ପାଇଁ ୨ ହଜାର ଟଙ୍କା ଫାଇନ୍ କରାଯାଇଛି।

ସେହିପରି ଟ୍ରାକ୍ଟର ଉପରେ ବକେୟା ଟିକସ ବାବଦରେ ୧୬ ହଜାର ୨୦୦ଟଙ୍କା, ପରମିଟ୍ ବାବଦରେ ୧୦ ହଜାର, ପଲ୍ୟୁସନ ସାର୍ଟିଫିକେଟ୍ ନଥିବାରୁ ୧୦ ହଜାର ଟଙ୍କା ସହ ମୋଟ ୫୩ ହଜାର ୨ଶହ ଟଙ୍କା ଫାଇନ୍ ଲଗାଯାଇଛି।

ସୂଚନାଯୋଗ୍ୟ, ଗତକାଲି ସକାଳେ ରାସ୍ତା କାମ କରିବା ପାଇଁ ଶ୍ରମିକମାନେ ଏହି  ଟ୍ରାକ୍ଟରରେ ଯାଉଥିବା ବେଳେ ଯୁଯୁମରା ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ବସ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା।  ଫଳରେ ଟ୍ରାକ୍ଟରରେ ବସିଥିବା ଶ୍ରମିକମାନେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos