ଅସହ୍ୟ ହେଲା ଦାରିଦ୍ର୍ୟର ତାଡ଼ନା: ଦୁଇ ପୁଅଙ୍କୁ ବିଷ ଦେଇ ନିଜେ ଜୀବନ ହାରିଲା ମା’

ମାଲକାନଗିରି (ଜିତେନ୍ଦ୍ର ବେଉରା) ନିଷ୍ଠୁର ଦାରିଦ୍ର୍ୟ ସହି ନପାରି ପୁଣି ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଜନଜାତି ମହିଳା। ସ୍ୱାମୀ ମୃତ୍ୟୁର ୪ ବର୍ଷ ପରେ ପିଲାଙ୍କ  ଉତ୍ତର ଦାୟିତ୍ୱ ଓ ବୋଝକୁ ବୋହି ନପାରି ଶେଷରେ ଦୁଇ ପିଲାଙ୍କ ସହ ନିଜେ ବିଷ ପିଇ ଜୀବନ ହାରିଲେ।  ଅଢେଇ ମାସ ତଳେ ମାଲକାନଗିରି  ଜିଲ୍ଲାରେ ଗରିବୀ ମାଡ଼ରେ ଘାଇଲା ମାତୃତ୍ୱ ଚରମ ନିଷ୍ପତ୍ତି ନେବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି […]

b-908

Tapas Behera
  • Published: Saturday, 07 September 2019
  • , Updated: 07 September 2019, 08:28 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା) ନିଷ୍ଠୁର ଦାରିଦ୍ର୍ୟ ସହି ନପାରି ପୁଣି ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଜନଜାତି ମହିଳା। ସ୍ୱାମୀ ମୃତ୍ୟୁର ୪ ବର୍ଷ ପରେ ପିଲାଙ୍କ  ଉତ୍ତର ଦାୟିତ୍ୱ ଓ ବୋଝକୁ ବୋହି ନପାରି ଶେଷରେ ଦୁଇ ପିଲାଙ୍କ ସହ ନିଜେ ବିଷ ପିଇ ଜୀବନ ହାରିଲେ।  ଅଢେଇ ମାସ ତଳେ ମାଲକାନଗିରି  ଜିଲ୍ଲାରେ ଗରିବୀ ମାଡ଼ରେ ଘାଇଲା ମାତୃତ୍ୱ ଚରମ ନିଷ୍ପତ୍ତି ନେବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ସମାନ ଘଟଣା ଘଟିଛି  ଜିଲ୍ଲାର ଏମଭି ୭୯ ଅଂଚଳରେ।

ଘର ଭିତରେ ପଡ଼ି ରହିଛି ଦୁଇ ଦୁଇଟି ନିରବ, ନିସ୍ତେଜ ଶରୀର। ଜନ୍ମକଲା ପୁଅକୁ ନିଜ ହାତରେ ବିଷ ଦେଇ ନିଜେ ବି ଚିର ନିଦ୍ରାରେ  ଶୋଇ ଯାଇଛି ମା’। ଦାରିଦ୍ର୍ୟର ତାଡ଼ନାକୁ ସହି ନପାରି ଶେଷରେ  ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ମହିଳା ଜଣକ ହେଉଛନ୍ତି ମାଲକାନଗିରି ଜିଲ୍ଲା ଏମ୍ଭି-୭୯ ଥାନା ତେଲରାଇ ଗାଁର ମୁକା ପଡ଼ିଆମି ।

ଆଜିକୁ ପ୍ରାୟ ୪ ବର୍ଷ ତଳେ ସ୍ୱାମୀଙ୍କୁ ହରାଇ ଜୀବନରେ ଏକା ହୋଇଯାଇଥିଲେ ମୁକା । ହେଲେ ମୁଣ୍ଡ ଉପରେ ଥିଲା ଚାରି ଚାରିଟି ପିଲାଙ୍କ  ଲାଳନପାଳନର ଉତ୍ତର ଦାୟିତ୍ୱ । ସ୍ୱାମୀଙ୍କ ମୃତ୍ୟୁ ପରେ ଏକାକି ସଂଘର୍ଷ କରୁଥିବା ମୁକା ଦୁଃଖ କଷ୍ଟେ ଗୁଜୁରାଣ ମେଣ୍ଟାଇ ନେଉଥିଲେ। ହେଲେ ଗତ କିଛି ଦିନ ହେବ ଭୀଷଣ ଅଭାବ ସାଙ୍ଗକୁ ଭୋକ ଉପାସରେ ଦିନ କାଟୁଥିଲେ ମୁକା । କିନ୍ତୁ ସବୁଦିନ ପାଇଁ ଯନ୍ତ୍ରଣା ସହିବା ଲାଗି  ଆଉ ମାନସିକ ସ୍ତରରେ ପ୍ରସ୍ତୁତ ନଥିବା ମା, ଶେଷରେ ନିଜ ସହ ଦୁଇ ପୁଅଙ୍କୁ ଥଣ୍ଡା ପାନୀୟରେ କୀଟନାଷକ ଦେଇଥିବା ପଡ଼ୋଶୀ ଓ  ସଂପର୍କୀୟ କହିଛନ୍ତି। ପାଖ ପଡ଼େଶୀଙ୍କ କହିବା ଅନୁସାରେ ପ୍ରାୟ ୪ ବର୍ଷ ତଳୁ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲେ ବି ଆଜିଯାଏଁ ବିଧବା ଭତ୍ତା ହିତାଧିକାରୀ  ତାଲିକାରେ ତାଙ୍କ ନାଁ ନଥିଲା । ସବା ବଡ଼ ବଡ ପୁଅ ଓ ଝିଅଙ୍କୁ ସେବାଶ୍ରମ ସ୍କୁଲରେ ଭର୍ତ୍ତି କରିଥିଲେ ବି ଘରେ କିନ୍ତୁ ଆଉ ଦୁଇ ପିଲାଙ୍କ ବୋଝକୁ ଏକୁଟିଆ ବୋହୁଥିଲେ ମୁକା। ସରକାରୀ ସହାୟତା ହିସାବରେ କେବଳ ୨୫ କିଲୋ ଚାଉଳକୁ ବାଦ ଦେଲେ ରହିବାକୁ ଭଲ ଘରେ ଖଣ୍ଡେ ନଥିଲା କି ପିଲାଙ୍କୁ ଛାଡ଼ି ରୋଜଗାର ପାଇଁ ବିକଳ୍ପ ବି ନଥିଲା।

ତେବେ ପ୍ରଶ୍ନ ଅନାହାର, ଅନଟନ ଓ ଅଭାବ ଦୂର ଲାଗି ସରକାରଙ୍କ ଏତେ  ଯୋଜନା କାହା ପାଇଁ ସ୍ୱାମୀଙ୍କ ମୃତ୍ୟୁ ପରେ ବର୍ଷେ ବର୍ଷ ଧରି ଏଭଳି ଜଣେ ନିରାଶ୍ରୟାଙ୍କ ଉପରେ କାହାରି କୃପା ଦୃଷ୍ଟି ପଡ଼ିନଥିଲା କେମିତି?

ଏହା ପୂର୍ବରୁ ଗତ ଜୁନ୍ ୩୦ ତାରିଖରେ ମାଲକାନଗିରିର ବୋରିଗୁଡ଼ା ଗାଁରୁ ବି ଅନୁରୂପ ଘଟଣା ସାମ୍ନାକୁ ଆସିଥିଲା ଗରିବୀର  ଅସହ୍ୟ ଯନ୍ତ୍ରଣା ସହି ନପାରି ଜନ୍ମକଲା ଦୁଇ ପିଲାଙ୍କ ସହ ବିଷମିଶା ଖାଦ୍ୟ ଖାଇଥିଲେ ଜଣେ ମା ହେଲେ ସୌଭାଗ୍ୟରୁ ଛୁଆ ଦୁଇଟି ବଞ୍ଚି  ଯାଇଥିଲେ ବି ମା କିନ୍ତୁ ଆଖି ବୁଝିଥିଲା।

Related story