ତ୍ରାହି ଅଚ୍ୟୁତ ଆଶ୍ରମରୁ ଦୁଇ ବିହାରୀ ଅପରାଧୀ ଧରାପଡିବା ପରେ ପୋଲିସର ଚେତା ପଶିଲା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିପାଟଣାସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମରୁ ଦୁଇଜଣ ବିହାରୀ ଅପରାଧୀ ଧରାପଡ଼ିବା ପରେ କମିଶନରେଟ୍ ପୋଲିସର ଚେତା ପଶିଛି। ଅଜଣା ଲୋକଙ୍କୁ ଆଶ୍ରମରେ ରଖିବା ପୂର୍ବରୁ ସେମାନଙ୍କ ବିଷୟରେ ଯାଞ୍ଚ ପାଇଁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛି ପୋଲିସ୍। ବିହାର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଅଭୟ ସାହା ଓ ମନଜିତ୍ ସାହା । ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୧୭ ବର୍ଷ ହେଲା ରହି ଆସୁଥିଲେ ତ୍ରାହି ଅଚ୍ୟୁତ ଆଶ୍ରମରେ। ଏମାନଙ୍କୁ […]

tuta

Rakesh Mallick
  • Published: Tuesday, 18 August 2015
  • , Updated: 19 August 2015, 02:08 AM IST

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିପାଟଣାସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମରୁ ଦୁଇଜଣ ବିହାରୀ ଅପରାଧୀ ଧରାପଡ଼ିବା ପରେ କମିଶନରେଟ୍ ପୋଲିସର ଚେତା ପଶିଛି। ଅଜଣା ଲୋକଙ୍କୁ ଆଶ୍ରମରେ ରଖିବା ପୂର୍ବରୁ ସେମାନଙ୍କ ବିଷୟରେ ଯାଞ୍ଚ ପାଇଁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛି ପୋଲିସ୍। ବିହାର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଅଭୟ ସାହା ଓ ମନଜିତ୍ ସାହା । ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୧୭ ବର୍ଷ ହେଲା ରହି ଆସୁଥିଲେ ତ୍ରାହି ଅଚ୍ୟୁତ ଆଶ୍ରମରେ। ଏମାନଙ୍କୁ ଗତକାଲି ବିହାର ପୋଲିସ୍ ଗିରଫ କରି ନେଇଯିବା ପରେ ଏମାନଙ୍କ ସମ୍ପର୍କରେ ଆଶ୍ରମ କର୍ତ୍ତୃପକ୍ଷ କିଛି ଜାଣି ପାରିଲେନି କେମିତି ବୋଲି ପ୍ରଶ୍ନ ଉଠୁଛି । ଏମାନେ ଆଶ୍ରମରେ ଲୁଚିଥିଲେ ନା ସ୍ୱଭାବ ପରିବର୍ତ୍ତନ ପାଇଁ ଆସିଥିଲେ ତାହା ଏବେ ତଦନ୍ତ ସାପେକ୍ଷ ।

ସୂଚନାଯୋଗ୍ୟ ଯେ, ଉଭୟ ଅଭୟ ଓ ମନଜିତଙ୍କ ବିରୋଧରେ ହତ୍ୟା, ଡକାୟତି, ବୋମାମାଡ଼ ଓ ଲୁଟ୍ ଭଳି ଅନେକ ସଙ୍ଗୀନ ମାମଲା ରହିଛି । ୧୭ ବର୍ଷ ତଳେ ଏଠାକୁ ପ୍ରଥମେ ଆସିଥିଲା ଅଭୟ । ପରେ ଆସିଥିଲା ତା ସହଯୋଗୀ ମନଜିତ୍। ଅଭୟ ସାହା ନିଜକୁ ଅଭୟ ସିଂହ ବୋଲି ପରିଚୟ ଦେଇଥିଲା। ସେପଟେ ଘଟଣା ପଦାକୁ ଆସିବା ପରେ ଆଶ୍ରମ ଓ ନଗରୀ କର୍ତ୍ତୃପକ୍ଷଙ୍କୁ ପୋଲିସ ତାଗିଦ କରିଛି। ଆଶ୍ରମରେ ରହିବାକୁ ଆସୁଥିବା ଆଗନ୍ତୁକଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ ପାଇଁ କୁହାଯାଇଛି।

Related story