ରାସ୍ତାରେ ଅଟକିଛି ଦୁର୍ଘଟଣାଗ୍ରସ୍ତ ଟ୍ରେଲର, ୨ କିମି ଯାଏ ରାସ୍ତା ଜାମ୍‌

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର-ଟିଟିଲାଗଡ ରାସ୍ତାର ବିଜାଖମନ ଛକଠାରେ ଗତ ରାତିରେ ଏକ ଆଲୁମିନିୟମ ବୋଝେଇ ଟ୍ରେଲର ଗାଡି ଗଛରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଛି । ଏହା ଫଳରେ ରାସ୍ତା ଉପରେ ଗାଡିଟି ରହିଯାଇଥିବାରୁ, ସେହି ରାସ୍ତା ଦେଇ ଗାଡିମୋଟର ଯିବା ଆସିବା କରିପାରୁନାହିଁ । ଯାହା ଫଳରେ ବିଜାଖମନ ଠାରୁ ବଲାଙ୍ଗିର ସହର ପର୍ଯ୍ୟନ୍ତ ଦୁଇ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ବଡ ବଡ ଗାଡି ସବୁ ଜାମ ହୋଇରହିଛି । ଗତ ରାତି ପ୍ରାୟ […]

trailor

  • Published: Monday, 19 September 2022
  • , Updated: 19 September 2022, 01:19 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର-ଟିଟିଲାଗଡ ରାସ୍ତାର ବିଜାଖମନ ଛକଠାରେ ଗତ ରାତିରେ ଏକ ଆଲୁମିନିୟମ ବୋଝେଇ ଟ୍ରେଲର ଗାଡି ଗଛରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଛି । ଏହା ଫଳରେ ରାସ୍ତା ଉପରେ ଗାଡିଟି ରହିଯାଇଥିବାରୁ, ସେହି ରାସ୍ତା ଦେଇ ଗାଡିମୋଟର ଯିବା ଆସିବା କରିପାରୁନାହିଁ । ଯାହା ଫଳରେ ବିଜାଖମନ ଠାରୁ ବଲାଙ୍ଗିର ସହର ପର୍ଯ୍ୟନ୍ତ ଦୁଇ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ବଡ ବଡ ଗାଡି ସବୁ ଜାମ ହୋଇରହିଛି ।

ଗତ ରାତି ପ୍ରାୟ ୧୨ ଟାରେ ଏନଏଚ୍‌-୨୬ରେ ଏକ ଆଲୁମିନିୟମ ଟ୍ରକ ବିଶାଖାପାଟନମରୁ ଝାରସୁଗୁଡା ଅଭିମୁଖେ ଯାଉଥିଲା।   ମାତ୍ର ବିଜାଖମନ ଛକଠାରେ ହଠାତ୍‌ ଗାଡ଼ିଟି  ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା।  ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । କିନ୍ତୁ ଟ୍ରାଫିକ ଜାମ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

[caption id="attachment_767375" align="aligncenter" width="650"] ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।[/caption]

ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ରାସ୍ତାରୁ ହଟା ଯାଇ ନ ଥିବାରୁ ଗତ ରାତିରୁ ବଲାଙ୍ଗିର ଟିଟିଲାଗଡ ରାସ୍ତାରେ ଗାଡି ଚଳାଚଳ ଠପ ହୋଇଯାଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ବହୁ ସଂଖ୍ୟାରେ ଭାରୀ ଯାନ । ପୁଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଗାଡ଼ି ହଟାଯାଇ ନ ଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।

ବଲାଙ୍ଗିର ସହର ଦେଇ ରାତି ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଭାରି ଯାନବାହନ ଚଳାଚଳ କରିଥାଏ। ମାତ୍ର ଏହି ସମୟରେ ଦୁର୍ଘଟଣା ଘଟିଥିବାରୁ ଭାରି ଯାନଗୁଡ଼ିକ ଅଟକି ରହିଛି।

Related story