ସ୍ୱାଭାବିକ ହେଉଛି ରେଳ ଚଳାଚଳ: ଆଜି କେଉଁ କେଉଁ ଟ୍ରେନ୍‌ ଗଡ଼ିଲା ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପରେ ରାଜ୍ୟରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ରେଳ ଚଳାଚଳ। ଭୁବନେଶ୍ୱର, ପୁରୀ ଏବଂ ବ୍ରହ୍ମପୁର ଷ୍ଟେସନରୁ ବାତିଲ ହୋଇଥିବା ୧୨ଟି ପାସେଞ୍ଜର ଓ ମେମୁ ଟ୍ରେନ୍‌ ଆଜିଠୁ ସ୍ୱାଭାବିକ ଯାତାୟତ କରିଛି। ଖଡ଼ଗପୁର-ଯାଜପୁର-କେଉଁଝର ପାସେଞ୍ଜର, ଖଡଗପୁର-ଭଦ୍ରକ ପାସେଞ୍ଜର,ବାଲେଶ୍ୱର-ଭଦ୍ରକ, ହାୱଡା-ଭଦ୍ରକ, କଟକ-ପଲାସା ଏବଂ ପଲାସା-ବିଶାଖାପଟନମ୍ ପାସେଞ୍ଜର ଟ୍ରେନ୍ ଆଜିଠୁ ଚଳାଚଳ ଆରମ୍ଭ କରିଛି। ସେହିପରି ଭଦ୍ରକ-ଭୁବନେଶ୍ୱର, କଟକ-ଇଚ୍ଛାପୁରମ୍, ଅନୁଗୁଳ-ପୁରୀ, ଭୁବନେଶ୍ୱର-ବ୍ରହ୍ମପୁର, ଭୁବନେଶ୍ୱର-ପଲାସା ମେମୁ ଆଜିଠାରୁ ସ୍ୱାଭାବିକ ଭାବେ ଯାତ୍ରା କରିଛି। ସେହିପରି ଗତକାଲି […]

train

train

Tapas Behera
  • Published: Thursday, 09 May 2019
  • Updated: 09 May 2019, 12:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପରେ ରାଜ୍ୟରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ରେଳ ଚଳାଚଳ। ଭୁବନେଶ୍ୱର, ପୁରୀ ଏବଂ ବ୍ରହ୍ମପୁର ଷ୍ଟେସନରୁ ବାତିଲ ହୋଇଥିବା ୧୨ଟି ପାସେଞ୍ଜର ଓ ମେମୁ ଟ୍ରେନ୍‌ ଆଜିଠୁ ସ୍ୱାଭାବିକ ଯାତାୟତ କରିଛି।

ଖଡ଼ଗପୁର-ଯାଜପୁର-କେଉଁଝର ପାସେଞ୍ଜର, ଖଡଗପୁର-ଭଦ୍ରକ ପାସେଞ୍ଜର,ବାଲେଶ୍ୱର-ଭଦ୍ରକ, ହାୱଡା-ଭଦ୍ରକ, କଟକ-ପଲାସା ଏବଂ ପଲାସା-ବିଶାଖାପଟନମ୍ ପାସେଞ୍ଜର ଟ୍ରେନ୍ ଆଜିଠୁ ଚଳାଚଳ ଆରମ୍ଭ କରିଛି।

ସେହିପରି ଭଦ୍ରକ-ଭୁବନେଶ୍ୱର, କଟକ-ଇଚ୍ଛାପୁରମ୍, ଅନୁଗୁଳ-ପୁରୀ, ଭୁବନେଶ୍ୱର-ବ୍ରହ୍ମପୁର, ଭୁବନେଶ୍ୱର-ପଲାସା ମେମୁ ଆଜିଠାରୁ ସ୍ୱାଭାବିକ ଭାବେ ଯାତ୍ରା କରିଛି। ସେହିପରି ଗତକାଲି ପୁରୀରୁ  ପୁରୁଷୋତ୍ତମ, ଧଉଳି ଏବଂ ଦୁର୍ଗ ଏକ୍ସପ୍ରେସ୍ ଛାଡ଼ିଥିଲା। ବାତ୍ୟା ଫୋନି ପରେ ପୂର୍ବତଟ ରେଲୱେ ପକ୍ଷରୁ କିଛି ଟ୍ରେନ୍‌କୁ ବାତିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos