ନୟାଗଡ଼କୁ ଟ୍ରେନ୍‌ ଚାଲିବାରୁ ରେଳମନ୍ତ୍ରୀଙ୍କ ପାଖରେ କୃତଜ୍ଞତା ଜଣାଇଲେ ନବୀନ, କହିଲେ ଥ୍ୟାଙ୍କ ୟୁ

ଭୁବନେଶ୍ୱର: ନୂଆ କରି ରେଳ ସଂଯୋଗ ହୋଇଥିବା ନୟାଗଡ଼ ଷ୍ଟେସନରୁ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଅନୁରୋଧ କରିଛନ୍ତି। ଏ ସଂପର୍କରେ ରେଳମନ୍ତ୍ରୀଙ୍କୁ ଏକ ଚିଠି ଲେଖି ନୟାଗଡ଼ରୁ ହାଓ୍ୱଡା ଓ ବିଶାଖପାଟଣାକୁ ଏକ୍ସପ୍ରେସ ଟ୍ରେନ ଚଳାଇବା ପାଇଁ ସେ ଅନୁରୋଧ କରିଛନ୍ତି। ସେହିପରି ହାଓ୍ୱଡାରୁ ଭୁବନେଶ୍ୱର ଚାଲୁଥିବା ଗରିବ ରଥ ଏକ୍ସପ୍ରେସକୁ ନୟାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ ଓ ଇଣ୍ଟରସିଟି ଭଳି ନୟାଗଡରୁ ବିଶାଖପାଟଣାକୁ ଏକ ଏକ୍ସପ୍ରେସ […]

naveen-patnaik

Rakesh Mallick
  • Published: Thursday, 22 June 2017
  • , Updated: 22 June 2017, 05:08 PM IST

ଭୁବନେଶ୍ୱର: ନୂଆ କରି ରେଳ ସଂଯୋଗ ହୋଇଥିବା ନୟାଗଡ଼ ଷ୍ଟେସନରୁ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଅନୁରୋଧ କରିଛନ୍ତି। ଏ ସଂପର୍କରେ ରେଳମନ୍ତ୍ରୀଙ୍କୁ ଏକ ଚିଠି ଲେଖି ନୟାଗଡ଼ରୁ ହାଓ୍ୱଡା ଓ ବିଶାଖପାଟଣାକୁ ଏକ୍ସପ୍ରେସ ଟ୍ରେନ ଚଳାଇବା ପାଇଁ ସେ ଅନୁରୋଧ କରିଛନ୍ତି। ସେହିପରି ହାଓ୍ୱଡାରୁ ଭୁବନେଶ୍ୱର ଚାଲୁଥିବା ଗରିବ ରଥ ଏକ୍ସପ୍ରେସକୁ ନୟାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ ଓ ଇଣ୍ଟରସିଟି ଭଳି ନୟାଗଡରୁ ବିଶାଖପାଟଣାକୁ ଏକ ଏକ୍ସପ୍ରେସ ଟ୍ରେନ ଚଳାଳଚ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।  ଏହାଦ୍ୱାରା ନୟାଗଡ, କନ୍ଧମାଳ, ବୌଦ୍ଧ, ଗଂଜାମ ଜିଲ୍ଲାର ଲୋକମାନେ ଉପକୃତ ହୋଇପାରିବେ। ଏହି ଅବସରରେ ଖୋର୍ଦ୍ଧାରୋଡ-ନୟାଗଡ଼ ଟାଉନ୍ ମଧ୍ୟରେ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ ନୟାଗଡରୁ ଖୋର୍ଦ୍ଧାରୋଡ୍ ମଧ୍ୟରେ ଦୁଇଟି ପାସେଞ୍ଜର ଟ୍ରେନ ଚାଲୁଛି। ରାଜ୍ୟ ସରକାରଙ୍କ ସହଭାଗିତାରେ ଆରମ୍ଭ ହେବାକୁ ଥିବା ଜୟପୁର-ମାଲକାନଗିରି, ଜୟପୁର- ନବରଂଗପୁର ନୂଆ ଲାଇନକୁ ତୁରନ୍ତ ଆରମ୍ଭ କରିବା, ଭୁବନେଶ୍ୱର କିମ୍ବା ଖୋର୍ଦ୍ଧାରୁ ମୁମ୍ବାଇକୁ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ନାଁରେ ନିୟମିତ ଏକ ନୂଆ ଟ୍ରେନ୍ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି।

Related story