ଓଡ଼ିଶା-ଆନ୍ଧ୍ର-ଛତିଶଗଡ଼ ରେଳ ରୁଟ୍‌ରେ ଚାଲିବ ମରାମତି: ୧୫ ପର୍ଯ୍ୟନ୍ତ ୯ ଟ୍ରେନ୍‌ ବାତିଲ,୨୦ଟିର ସମୟରେ ପରିବର୍ତ୍ତନ

ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରେଲେୱ ଟ୍ରାକ୍‌ ମରାମତି ସାଙ୍ଗକୁ  ଷ୍ଟେସନ ଗୁଡ଼ିକର ଆଧୁନିକୀକରଣ ଚାଲିବ। ଓଡ଼ିଶା, ଆନ୍ଧ୍ର ଏବଂ ଛତିଶଗଡ଼ ରୁଟ୍‌ରେ ଏହି କାମ ଚାଲିବ। ଏନେଇ ପୂର୍ବତଟରେଳବାଇ ଏବଂ ଦକ୍ଷିଣପୂର୍ବ ମଧ୍ୟ ରେଳବାଇ  ପକ୍ଷରୁ ଏସବୁ କାମ ଚାଲିବ। ଏହି କାରଣୁ କେତେକ ଟ୍ରେନ୍‌ ମଧ୍ୟ ବାତିଲ କରାଯାଇଛି। ତେଣୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମିଳିଥିବା ସୂଚନା ଅନୁଯାଇ ରେଳବାଇ କର୍ତ୍ତୃପକ୍ଷ ମୋଟ ୯ଟି ଟ୍ରେନ୍‌କୁ ବାତିଲ କରିଛନ୍ତି।  ୨୦ଟି ଟ୍ରେନ୍‌ର ସମୟସାରଣୀ […]

train-1

Rakesh Mallick
  • Published: Thursday, 04 May 2017
  • , Updated: 04 May 2017, 04:28 PM IST

ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରେଲେୱ ଟ୍ରାକ୍‌ ମରାମତି ସାଙ୍ଗକୁ  ଷ୍ଟେସନ ଗୁଡ଼ିକର ଆଧୁନିକୀକରଣ ଚାଲିବ। ଓଡ଼ିଶା, ଆନ୍ଧ୍ର ଏବଂ ଛତିଶଗଡ଼ ରୁଟ୍‌ରେ ଏହି କାମ ଚାଲିବ। ଏନେଇ ପୂର୍ବତଟରେଳବାଇ ଏବଂ ଦକ୍ଷିଣପୂର୍ବ ମଧ୍ୟ ରେଳବାଇ  ପକ୍ଷରୁ ଏସବୁ କାମ ଚାଲିବ। ଏହି କାରଣୁ କେତେକ ଟ୍ରେନ୍‌ ମଧ୍ୟ ବାତିଲ କରାଯାଇଛି। ତେଣୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମିଳିଥିବା ସୂଚନା ଅନୁଯାଇ ରେଳବାଇ କର୍ତ୍ତୃପକ୍ଷ

ମୋଟ ୯ଟି ଟ୍ରେନ୍‌କୁ ବାତିଲ କରିଛନ୍ତି।  ୨୦ଟି ଟ୍ରେନ୍‌ର ସମୟସାରଣୀ ପରିବର୍ତ୍ତନ କରାଯାଇଛି। ମେ ୩ରୁ ୧୫  ପର୍ଯ୍ୟନ୍ତ  ଏମିତି ସମସ୍ୟା ଲାଗିରହିବ।  ମେ’ ୧୫ ପରେ ଟ୍ରେନ୍‌ ଚଳାଚଳ ସ୍ୱଭାବିକ୍‌ ରହିବ ବୋଲି କୁହାଯାଇଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଦକ୍ଷିଣପୂର୍ବ ରେଳପଥ ଅଧିନରେ ଯାଉଥିବା ଦୁର୍ଗ ଠାରୁ ରସମରା ପର୍ଯ୍ୟନ୍ତ ତୃତୀୟ ରେଳ ଟ୍ରାକ୍‌ର କାମ ଆରମ୍ଭ ହେବ। ଏଥିପାଇଁ ୪ଟି ଟ୍ରେନ୍‌ ବାତିଲ କରାଯାଇଛି।  ଏହା ଭିତରେ ରହିଛି ପୁରୀ-ଦୁର୍ଗ ଏକ୍ସପ୍ରେସ୍।  ଏହି ଟ୍ରେନ୍‌ଟି ମେ ୧୦ରୁ ୧୫ ପର୍ଯ୍ୟନ୍ତ ବାତିଲ ରହିବ। ସେହିପରି ଓଡ଼ିଶାର ଖୋର୍ଦ୍ଧା ଡିଭିଜନ୍‌ରେ ଧାନମଣ୍ଡଳ ସେକ୍ସନରେ ଆଧୁନିକୀକରଣ  ଚାଲିବ। ଏଥିପାଇଁ  ୩ଟି ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ୮ଟି ଟ୍ରେନ୍‌ର ସମୟ ପରିବର୍ତ୍ତନ କରାଯାଇଛି। ସେହିପରି ରାୟଗଗଡ଼ାରୁ ବିଜୟନଗରମ ପର୍ଯ୍ୟନ୍ତ କାମ ଚାଲିବ। ଏଥିପାଇଁ ପଲାସାରୁ ବିଶାଖାପାଟଣାମ ପର୍ଯ୍ୟନ୍ତ ୩ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ୨୦ଟି ଟ୍ରେନ୍‌ର ସମୟ ପରିବର୍ତ୍ତନ କରାଯାଇଛି। ଏ ସମ୍ପର୍କରେ ପୂର୍ବତଟରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜେପି ମିଶ୍ର କହିଛନ୍ତି ଯେ, ରେଲୱେ ମରାମତି ପାଇଁ ସାମୟିକ ଭାବେ ଯାତ୍ରୀଙ୍କୁ କିଛି ସମସ୍ୟା ହୋଇପାରେ। ହେଲେ ସୁରକ୍ଷା ଦୃଷ୍ଟିରୁ ଏହି ପଦେକ୍ଷପ ନିଆଯାଇଛି ବୋଲି ସେ କହିଛନ୍ତି।

Related story