ରେଳ ଚଳାଚଳ ବାଧାପ୍ରାପ୍ତ; ଅଟକି ରହିଛି ୩ ଟ୍ରେନ୍‌

ମୁନିଗୁଡ଼ା (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜିଲ୍ଲାର ଅମ୍ବାଦଳା ଏବଂ ଦହିଖାଳ ରେଳ ଲାଇନ୍‌ରେ ଗଛ ପଡ଼ି ଯିବା ଫଳରେ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ଫଳରେ ମୁନିଗୁଡ଼ା ଷ୍ଟେସନ୍‌ରେ ସନ୍ତ୍ରାକାଛି-ଚେନ୍ନାଇ ଏକ୍ସପ୍ରେସ୍ ଅଟକି ରହିଛି। ସେହିପରି ଅମ୍ବାଦଳାଠାରେ ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସ୍, ବିଷମକଟକରେ ତିରୁପତି-ବିଲାସପୁର ଏକ୍ସପ୍ରେସ୍ ଅଟକି ରହିଛି।  ରେଳ ଟ୍ରାକ୍‌କୁ ସଫା କରିବା କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି।

rayagada

Jyoshna Pradhan
  • Published: Friday, 12 October 2018
  • , Updated: 12 October 2018, 10:59 AM IST

ମୁନିଗୁଡ଼ା (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜିଲ୍ଲାର ଅମ୍ବାଦଳା ଏବଂ ଦହିଖାଳ ରେଳ ଲାଇନ୍‌ରେ ଗଛ ପଡ଼ି ଯିବା ଫଳରେ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ଫଳରେ ମୁନିଗୁଡ଼ା ଷ୍ଟେସନ୍‌ରେ ସନ୍ତ୍ରାକାଛି-ଚେନ୍ନାଇ ଏକ୍ସପ୍ରେସ୍ ଅଟକି ରହିଛି।

ସେହିପରି ଅମ୍ବାଦଳାଠାରେ ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସ୍, ବିଷମକଟକରେ ତିରୁପତି-ବିଲାସପୁର ଏକ୍ସପ୍ରେସ୍ ଅଟକି ରହିଛି।  ରେଳ ଟ୍ରାକ୍‌କୁ ସଫା କରିବା କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି।

Related story