ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବନି ଟ୍ରେନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାବେଳେ କୋଭିଡ୍ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ସହରକୁ ସମସ୍ତ ଟ୍ରେନର ଯାତାୟତ ଉପରେ କଟକଣା ଜାରି ହୋଇଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ରେଳ ବିଭାଗ ଆସନ୍ତା ଜୁଲାଇ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ରଥଯାତ୍ରାବେଳେ କୋଭିଡ୍ ସଂକ୍ରମଣ ହେବା ଆଶଙ୍କାରେ ପୁରୀରୁ ଯିବାଆସିବା କରିବାକୁ […]

train

Ordigital Desk
  • Published: Saturday, 19 June 2021
  • , Updated: 19 June 2021, 08:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାବେଳେ କୋଭିଡ୍ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ସହରକୁ ସମସ୍ତ ଟ୍ରେନର ଯାତାୟତ ଉପରେ କଟକଣା ଜାରି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ରେଳ ବିଭାଗ ଆସନ୍ତା ଜୁଲାଇ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ରଥଯାତ୍ରାବେଳେ କୋଭିଡ୍ ସଂକ୍ରମଣ ହେବା ଆଶଙ୍କାରେ ପୁରୀରୁ ଯିବାଆସିବା କରିବାକୁ ଥିବା ସମସ୍ତ ଟ୍ରେନକୁ ଖୋର୍ଦ୍ଧା ରୋଡରୁ ଚଳପ୍ରଚଳ କରାଯିବ। ୨୧ଟି ଦୂରଗାମୀ ବିଶେଷ ଟ୍ରେନ୍ ପୁରୀ ପର୍ଯ୍ୟନ୍ତ ଗଡ଼ିବ ନାହିଁ। ୫ଟି ସାପ୍ତାହିକ ବିଶେଷ ଟ୍ରେନ ମଧ୍ୟ ପୁରୀ ଯିବ ନାହିଁ। ଦୈନନ୍ଦିନ ଚଳାଚଳ କରୁଥିବା ୫ଟି ଟ୍ରେନ ମଧ୍ୟ ପୁରୀ ପର୍ଯ୍ୟନ୍ତ ଯିବ ନାହିଁ। ଦ୍ୱିସାପ୍ତାହିକ, ତ୍ରିସାପ୍ତାହିକ ଚଳାଚଳ କରୁଥିବା ଟ୍ରେନ, ସପ୍ତାହକୁ ୪ଦିନ ଚଳାଚଳ କରୁଥିବା ଟ୍ରେନକୁ ମଧ୍ୟ ପୁରୀ ଯିବା ଉପରେ କଟକଣା ଜାରି ହୋଇଛି। ଏହି ସମସ୍ତ ଟ୍ରେନ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ୍ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବେ। ଆଉ ଖୋର୍ଦ୍ଧା ରୋଡରୁ ହିଁ ଯାତ୍ରା ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ପୁରୀ ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକରେ ରଥଯାତ୍ରା କରିବା ପାଇଁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦାବି କରିଛନ୍ତି। ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶାର ଅନ୍ୟ ୫ଟି କ୍ଷେତ୍ରରେ ଭକ୍ତ ଶୂନ୍ୟ ରଥଯାତ୍ରା କରିବାକୁ ସେ ସରକାରଙ୍କୁ ପ୍ରସ୍ତାବ ଦେଉଛନ୍ତି। ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ। ଏସବୁ ସ୍ଥାନରେ କେବଳ ସେବାୟତମାନେ ହିଁ ମହାପ୍ରଭୁଙ୍କ ରଥକୁ ଆଣି ନୀତିକାନ୍ତି କରନ୍ତୁ। ଭକ୍ତମାନେ ସେଠାକୁ ନଯିବା ପାଇଁ ୧୪୪ ଧାରା ଲାଗୁ ହେଉ। ପୁରୀରେ ଯେଉଁଭଳି ଭାବେ ବିଭିନ୍ନ କଟକଣା ସହ ରଥଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି ରାଜ୍ୟର ଅନ୍ୟ ୫ଟି ପ୍ରମୁଖ କ୍ଷେତ୍ରରେ ମଧ୍ୟ ଭକ୍ତ ଶୂନ୍ୟ ରଥଯାତ୍ରା କରିବାକୁ ଶ୍ରୀ ମହାପାତ୍ର ପ୍ରସ୍ତାବ ଦେଇଛନ୍ତି।

Related story