ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରଲର
- Published: Friday, 27 April 2018
- , Updated: 27 April 2018, 08:20 AM IST
<p>ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନିକଟ ୪୯ ନମ୍ବର ଜାତୀୟ ରାଜପଥର ମହିମା ଛକରେ ଏକ ଟ୍ରଲର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଜଳିଯାଇଛି। ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭରଟି ଡେଇଁ ପଡ଼ିଥିବାରୁ ବର୍ତ୍ତି ଯାଇଥିଲା। ଛତିଶଗଡ଼ରୁ ଝାରସୁଗୁଡ଼ା ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରଲରଟି ଡିଭାଇଡରରେ ପିଟି ହୋଇଥିଲା। ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଡ୍ରାଇଭରକୁ ପୋଲିସ ଅଟକ ରଖିଛି।</p>