ହେଲ୍‌ମେଟ୍‌ ନପିନ୍ଧି ଗାଡ଼ି ଚଳାଇଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହେଲ୍‌ମେଟ୍‌ ନପିନ୍ଧି ଗାଡ଼ି ଚଳାଇଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ। ହେଲମେଟ୍‌ ପିନ୍ଧୁନଥିବା ଅମାନିଆଙ୍କ ଲାଇସେନ୍ସ ବାତିଲ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ପରିବହନ ସଚିବଙ୍କ ଚିଠି ଲେଖିଛନ୍ତି। ଏମ୍‌ଭି ଆକ୍ଟ ୧୯୪ ଡି’ ଅନୁଯାୟୀ ହେଲ୍‌ମେଟ୍‌ ନପିନ୍ଧିଲେ ଡିଏଲ୍‌ ବାତିଲ ହେବ। ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରି ଅମାନିଆଙ୍କ ଡିଏଲ୍‌ ବାତିଲ କରାଯାଉ। ୨୦୦୯ରେ ଓ ଚଳିତ ଅକ୍ଟୋବର ଯାଏ ୭ ଦିନ ମଧ୍ୟରେ ବାତିଲ ସଂଖ୍ୟା ଜଣାଇବାକୁ ଡିଜିପିଙ୍କୁ ସଚିବଙ୍କ ଚିଠି […]

traffic

Manoranjan Sial
  • Published: Thursday, 19 November 2020
  • , Updated: 19 November 2020, 07:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହେଲ୍‌ମେଟ୍‌ ନପିନ୍ଧି ଗାଡ଼ି ଚଳାଇଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ। ହେଲମେଟ୍‌ ପିନ୍ଧୁନଥିବା ଅମାନିଆଙ୍କ ଲାଇସେନ୍ସ ବାତିଲ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ପରିବହନ ସଚିବଙ୍କ ଚିଠି ଲେଖିଛନ୍ତି। ଏମ୍‌ଭି ଆକ୍ଟ ୧୯୪ ଡି’ ଅନୁଯାୟୀ ହେଲ୍‌ମେଟ୍‌ ନପିନ୍ଧିଲେ ଡିଏଲ୍‌ ବାତିଲ ହେବ। ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରି ଅମାନିଆଙ୍କ ଡିଏଲ୍‌ ବାତିଲ କରାଯାଉ। ୨୦୦୯ରେ ଓ ଚଳିତ ଅକ୍ଟୋବର ଯାଏ ୭ ଦିନ ମଧ୍ୟରେ ବାତିଲ ସଂଖ୍ୟା ଜଣାଇବାକୁ ଡିଜିପିଙ୍କୁ ସଚିବଙ୍କ ଚିଠି ଲେଖିଛନ୍ତି।

ଗତବର୍ଷ ୧୧ ହଜାର ୬୪ଟି ସଡ଼କ ଦୁର୍ଘଟଣା ମଧ୍ୟରୁ ୪ ହଜାର ୬ଶହ ୮୮ଟି ସଡ଼କ ଦୁର୍ଘଟଣାରେ ଦୁଇ ଚକିଆ ଯାନ ସଂପୃକ୍ତ ଥିଲା। ଏଥିରେ ୨ ହଜାର ୧୫୬ ଜଣଙ୍କ ମୃତ୍ୟୁ ହୋଇଥିଲା। ହେଲ୍‌ମେଟ୍‌ ପିନ୍ଧିନଥିବାରୁ ଏମାନଙ୍କର ମୃତ୍ୟୁ ଘଟିଥିଲା। ଯଦି ଗାଡ଼ି ଚଳାଉଥିବା ସମୟରେ ହେଲ୍‌ମେଟ ପିନ୍ଧିଥାନ୍ତେ, ତେବେ ଅନେକଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି ଚିଠିରେ ଦର୍ଶାଇଛନ୍ତି ପରିବହନ ସଚିବ।

ସୂଚନାରୁ ପ୍ରକାଶ, ମହାମାରୀ କରୋନା ପାଇଁ ଗାଡ଼ି କାଗଜପତ୍ର ଓ ହେଲ୍‌ମେଟ୍‌ ଚେକିଂ ଉପରେ କୋହଳ କରିଥିଲେ ରାଜ୍ୟ ସରକାର। ହେଲ୍‌ମେଟ୍‌ ସହ ମାସ୍କକୁ କଡ଼ାକଡ଼ି କରିଥିଲେ। କିନ୍ତୁ ଗାଡ଼ି କାଗଜପତ୍ର ଯାଞ୍ଚରେ କୋହଳ କରିଥିଲେ। ଏବେ କଡ଼ାକଡ଼ି କରିବାକୁ ଡିଜିକୁ ପରିବହନ ସଚିବ ଚିଠି ଲେଖିଛନ୍ତି।

Related story