ଟ୍ରପ ଲାଇନ ପ୍ରଭାବରେ ବର୍ଷା ସମ୍ଭାବନା,କମିବ ଗ୍ରୀଷ୍ମ ଲହରି

ଭୁବନେଶ୍ୱର: ତାତିରୁ ତ୍ରାହି ମିଳିବ। ପୂର୍ବ ଉତ୍ତର ପ୍ରଦେଶରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ଏକ ଟ୍ରଫ୍ ଲାଇନ୍ ଆଭ୍ୟନ୍ତରୀଣ ଓଡ଼ିଶା, ଝାଡ଼ଖଣ୍ଡ ଦେଇ ଉତ୍ତର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଯାଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶା ଏବଂ ଆଖପାଖ ଜିଲା ଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଫଳରେ ଗତ କିଛି ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ଲହରି କମିବ ବୋଲି ପାଣିପାଗ ବିଭାଗ […]

monsoon

Rakesh Mallick
  • Published: Wednesday, 13 May 2015
  • , Updated: 13 May 2015, 12:02 PM IST

ଭୁବନେଶ୍ୱର: ତାତିରୁ ତ୍ରାହି ମିଳିବ। ପୂର୍ବ ଉତ୍ତର ପ୍ରଦେଶରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ଏକ ଟ୍ରଫ୍ ଲାଇନ୍ ଆଭ୍ୟନ୍ତରୀଣ ଓଡ଼ିଶା, ଝାଡ଼ଖଣ୍ଡ ଦେଇ ଉତ୍ତର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଯାଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶା ଏବଂ ଆଖପାଖ ଜିଲା ଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଫଳରେ ଗତ କିଛି ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ଲହରି କମିବ ବୋଲି ପାଣିପାଗ ବିଭାଗ ନିଦ୍ଦେର୍ଶକ କହିଛନ୍ତି। ପାଣିପାଗ ବିଭାଗ ମଡେ଼ଲ ଅନୁଯାୟୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲା ତଥା କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେ଼ଙ୍କ।ନାଳ, ରାୟଗଡ଼ା, ଗଜପତି, କୋରାପୁଟ, କନ୍ଧମାଳ ପ୍ରଭୃତି ଜିଲାରେ କାଳବୈଶାଖୀର ସମ୍ଭାବନା ରହିଛି। ତେବେ ରାଜ୍ୟର କେତେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି।

Related story