ଖେଳୁଥିବା ବେଳେ ପିଲାଙ୍କ ଉପରେ ପଡ଼ିଗଲା ବିରାଟକାୟ ଗଛ

ବାରିପଦା (ମାଣିକ ଲାଲ୍‌ ପାଣି): ଗାଁ ମଝିରେ ପିଲାମାନେ ଖେଳୁଥିଲେ। ହଠାତ୍ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିଲା। ଆଉ ତାହା ପଡ଼ିଗଲା ଖେଳରେ ମାତିଥିବା ପିଲାଙ୍କ ଉପରେ। ଫଳରେ ଜଣେ ୮ ବର୍ଷୀୟା ଝିଅର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ପିଲା ଗଛତଳେ ଚାପିହୋଇ ଯାଇଥିଲେ। ଏପରି ମର୍ମନ୍ତୁଦ ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲାରେ। ପୂରା ଘଟଣାଟି ଏମିତି। କୁଳିଅଣା ବ୍ଲକ୍ ଅନ୍ତର୍ଗତ ସାନଯୁଡ଼ବଣି ଗାଁ ମଝିରେ ୨୦ରୁ ଅଧିକ ପିଲା ଖେଳୁଥିଲେ। ଏହି […]

tree break down in baripada

Rakesh Mallick
  • Published: Wednesday, 25 July 2018
  • , Updated: 25 July 2018, 07:15 PM IST

ବାରିପଦା (ମାଣିକ ଲାଲ୍‌ ପାଣି): ଗାଁ ମଝିରେ ପିଲାମାନେ ଖେଳୁଥିଲେ। ହଠାତ୍ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିଲା। ଆଉ ତାହା ପଡ଼ିଗଲା ଖେଳରେ ମାତିଥିବା ପିଲାଙ୍କ ଉପରେ। ଫଳରେ ଜଣେ ୮ ବର୍ଷୀୟା ଝିଅର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ପିଲା ଗଛତଳେ ଚାପିହୋଇ ଯାଇଥିଲେ। ଏପରି ମର୍ମନ୍ତୁଦ ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲାରେ।

ପୂରା ଘଟଣାଟି ଏମିତି। କୁଳିଅଣା ବ୍ଲକ୍ ଅନ୍ତର୍ଗତ ସାନଯୁଡ଼ବଣି ଗାଁ ମଝିରେ ୨୦ରୁ ଅଧିକ ପିଲା ଖେଳୁଥିଲେ। ଏହି ସମୟରେ ପାଖରେ ଥିବା ଏକ ବିରାଟକାୟ ରିଠାଗଛ ଉପୁଡ଼ି ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ଗଛ ତଳେ ପିଲାମାନେ ଚାପି ହୋଇ ରହି ଯାଇଥିଲେ। ଗାଁରେ ଏହି ଖବର ପ୍ରଚାରିତ ହେବା ପରେ ଲୋକମାନେ ଦୌଡ଼ି ଆସି ଗଛର ଡାଳ କାଟି ପିଲାମାନଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଛତିଶ ନାଏକଙ୍କ ୮ ବର୍ଷ ଝିଅ ଆଦ୍ୟାଶା ଗଛର ମୁଖ୍ୟ ଡାଳ ତଳେ ଚାପି ହୋଇଯାଇଥିଲା। ଗାଁ ଲୋକେ ଡାଳ କାଟି ଆଦ୍ୟାଶାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏ ସଂପର୍କରେ ଖବର ପାଇ ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story