ବିନା ମାଟିରେ ବି ହସୁଛି ଗଛ, ଫୁଟୁଛି ଭଳି ଭଳିକି ଫୁଲ

କଟକ(ଓଡ଼ିଶା ରିପୋର୍ଟର): ଗଛଟିଏ ଲଗାଇବାକୁ ଆମେ ପ୍ରଥମେ ମାଟି ଆବଶ୍ୟକ କରିଥାଉ। ଏହାପରେ ସେଥିରେ ପାଣି, ସାର ଦେଲେ ଗଛଟି ବଢ଼ିବା ସହ ଉତ୍ପାଦନକ୍ଷମ ହୋଇଥାଏ। ହେଲେ ବିନା ମାଟିରେ ବି ବଞ୍ଚିପାରିବ ଗଛ, ଫଳିବ ପନିପରିବା, ଫୁଲ, ଏହା ଆମ କଳ୍ପନା ବାହାରେ। ବିଦେଶରେ ଏପରି ଚାଷ ପ୍ରଣାଳୀକୁ ଚାଷୀମାନେ ଆପଣାଇ ସାରିଥିବା ବେଳେ ଓଡ଼ିଶା ପାଇଁ ଏହା ସମ୍ପୂର୍ଣ୍ଣ ନୂଆ।  ହାଇଡ୍ରୋପନିକ  ପ୍ରଣାଳୀରେ ଗଛ ଲଗାଇ ଫୁଲ ଫୁଟାଇ ପାରିଛନ୍ତି  କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ […]

flower

Niharika Rout
  • Published: Friday, 20 May 2022
  • , Updated: 20 May 2022, 10:57 AM IST

କଟକ(ଓଡ଼ିଶା ରିପୋର୍ଟର): ଗଛଟିଏ ଲଗାଇବାକୁ ଆମେ ପ୍ରଥମେ ମାଟି ଆବଶ୍ୟକ କରିଥାଉ। ଏହାପରେ ସେଥିରେ ପାଣି, ସାର ଦେଲେ ଗଛଟି ବଢ଼ିବା ସହ ଉତ୍ପାଦନକ୍ଷମ ହୋଇଥାଏ। ହେଲେ ବିନା ମାଟିରେ ବି ବଞ୍ଚିପାରିବ ଗଛ, ଫଳିବ ପନିପରିବା, ଫୁଲ, ଏହା ଆମ କଳ୍ପନା ବାହାରେ। ବିଦେଶରେ ଏପରି ଚାଷ ପ୍ରଣାଳୀକୁ ଚାଷୀମାନେ ଆପଣାଇ ସାରିଥିବା ବେଳେ ଓଡ଼ିଶା ପାଇଁ ଏହା ସମ୍ପୂର୍ଣ୍ଣ ନୂଆ।  ହାଇଡ୍ରୋପନିକ  ପ୍ରଣାଳୀରେ ଗଛ ଲଗାଇ ଫୁଲ ଫୁଟାଇ ପାରିଛନ୍ତି  କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ।

[caption id="attachment_735554" align="aligncenter" width="650"] ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ହସୁଥିବା ଫୁଲ ଗଛ ।[/caption]

ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସବୁଜ ଘରେ ଫୁଟିଛି ରଜନିଗନ୍ଧା, ଗେଣ୍ଡୁ, ଜାରବେରା ଓ ପିଟୁନିଆ ଫୁଲ । ସୁନ୍ଦର ସୁନ୍ଦର ଫୁଲରେ ଭର୍ତ୍ତି ହୋଇଯାଇଛି ଛୋଟ ଜାଗାଟି । ଯେ ଦେଖିବ ଅନାଇ ରହିବ । ଏହି ସବୁ ଗଛର ବିଶେଷତ୍ୱ ହେଉଛି ବିନା ମାଟିରେ ଲାଗିଛି ଏସବୁ ଗଛ । କେବଳ ପାଣିରେ ବଞ୍ଚିଛି  ।

ଏପରି ଅସମ୍ଭବକୁ ସମ୍ଭବ କରି ଦେଖାଇଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର କ୍ଷୀରୋଦ କୁମାର ସାହୁ କହିଛନ୍ତି, ଓଡିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ତରଫରୁ ମିଳିଥିବା ହାଇଡ୍ରୋପୋନିକ ପ୍ରକଳ୍ପର ଏହା ଅଂଶ ବିଶେଷ ।  ମାଟିରୁ ପାଉଥିବା ସମସ୍ତ ପୃଷ୍ଟିସାର କୃତିମ ଭାବରେ ପାଣି ମାଧ୍ୟମରେ ପହଂଚା ଯିବା ଫଳରେ ଏହି ଗଛଗୁଡିକ ବଞ୍ଚିପାରିଛି  । ଫଳରେ ଗଛ ବଢ଼ିବା ସହ  ଉତ୍ପାଦନକ୍ଷମ ହୋଇପାରୁଛି ।

[caption id="attachment_735555" align="aligncenter" width="650"] ନିଜେ ଲଗାଇଥିବା ଗଛ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର କ୍ଷୀରୋଦ କୁମାର ସାହୁ ।[/caption]

ବିନା ମାଟିରେ ଗଛ ବଞ୍ଚିବା ନୂଆ ନ ହେଲେ ମଧ୍ୟ ଓଡ଼ିଶାରେ ଏହା ହେବା ଖୁବ୍ ଗର୍ବର ବିଷୟ । ଖାଲି ଫୁଲ କାହିଁକି ପନିପରିବା ଠାରୁ ଆରମ୍ଭ କରି ଫଳମୂଳ ପର୍ଯ୍ୟନ୍ତ ଏଭଳି ଉପାୟରେ ବିଭିନ୍ନ ପ୍ରକାରର ଚାଷ ବି କରିହେବ ।  ସାଧାରଣ ଚାଷ ଠାରୁ ଏହା ଅଧିକ ବ୍ୟୟ ବହୁଳ ହୋଇଥିଲେ ମଧ୍ୟ ଅଧିକ ଉତ୍ପାଦନ ପାଇ ଚାଷୀ ଲାଭବାନ ହୋଇପାରିବେ ବୋଲି ଗବେଷଣାରତ ଛାତ୍ର ଦୟାନିଧି ସାହୁ କହିଛନ୍ତି  ।

ଏନେଇ ସେ କହିଛନ୍ତି, ପ୍ରଥମ ଥର ଓଡ଼ିଶାରେ ରେଭନ୍ସା ବିଶ୍ୱବିଦ୍ୟାଳୟ ଏପରି ପଦକ୍ଷେପ ନେଇଛି। କେବଳ ଫୁଲ ନୁହେଁ, ଫଳ, ପନିପରିବା ବି ଏପରି ପ୍ରକିୟାରେ ଚାଷ କରିପାରିବ । ଏହାଦ୍ୱାରା ଉତ୍ପାଦନ ବି ଅଧିକ ରହିବ ।

[caption id="attachment_735556" align="aligncenter" width="650"] ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ହାଇଡ୍ରୋପନିକ ପ୍ରଣାଳୀରେ ହୋଇଥିବା ଚାଷ ।[/caption]

ବିକାଶମୁହାଁ ହୋଇଥିବା ମାନବ ଜାତି ସବୁଆଡ଼େ କଂକ୍ରିଟ ଜଙ୍ଗଲ କରିବାରେ ବ୍ୟସ୍ତ ଥିବା ବେଳେ ଆଉ କିଛି ବର୍ଷ ପରେ ଚାଷ ପାଇଁ ଜାଗା ସମସ୍ୟା ଦେଖାଦେଇପାରେ। ଏହାକୁ ଆଖି ଆଗରେ ରଖି  ବିଦେଶରେ ତଥା ବିକଶିତ ଦେଶଗୁଡିକରେ ଏଭଳି କୃଷି ପ୍ରଣାଳୀକୁ ବହୁଳ ଭାବେ ଆପଣାଇଲେଣି ଚାଷୀ । ରାଜ୍ୟରେ ଏଥିପ୍ରତି ଚାଷୀଙ୍କୁ  ଆକୃଷ୍ଟ କରିବା ଲାଗି ସରକାରୀ ପ୍ରୋତ୍ସାହନର ବ୍ୟବସ୍ଥା ବି ରହିଛି ।

Related story