ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ ଘେରିଲେ ଜିଲ୍ଲାପାଳଙ୍କ ଅଫିସ୍‌, ପୁଲିସ ବାହିନୀ ସହ ଧସ୍ତାଧସ୍ତି

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଶତାଧିକ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳଙ୍କ ଅଫିସ୍ ଭିତରେ ପଶିବାକୁ ଉଦ୍ୟମ। ଏହି ସମୟରେ ପୁଲିସ ଫୋର୍ସ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲା। ଏହି ସହୟରେ ଉଭୟଙ୍କ ଭିତରେ ଧସ୍ତାଧସ୍ତି ହୋଇଛି। ଯୋଗାଣ ବିଭାଗ ଅଧିକାରୀଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାରେ ଆଜି ଆଦିବାସୀମାନେ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବା ବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ମାମଲାରେ ପୁଲିସ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ ଚୁପ୍ ବସିଥିବା ଆଦିବାସୀମାନେ […]

1

  • Published: Friday, 16 September 2022
  • , Updated: 16 September 2022, 04:19 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଶତାଧିକ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳଙ୍କ ଅଫିସ୍ ଭିତରେ ପଶିବାକୁ ଉଦ୍ୟମ। ଏହି ସମୟରେ ପୁଲିସ ଫୋର୍ସ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲା। ଏହି ସହୟରେ ଉଭୟଙ୍କ ଭିତରେ ଧସ୍ତାଧସ୍ତି ହୋଇଛି। ଯୋଗାଣ ବିଭାଗ ଅଧିକାରୀଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାରେ ଆଜି ଆଦିବାସୀମାନେ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବା ବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ମାମଲାରେ ପୁଲିସ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ ଚୁପ୍ ବସିଥିବା ଆଦିବାସୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଅଭିଯୁକ୍ତ ଯୋଗାଣ ଅଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଦିବାସୀମାନେ ଆଇନ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ଥାଉକି, ଗତ ଦେଢ ମାସ ହେଲା ବଲାଙ୍ଗିର ଜିଲ୍ଲାରେ ବେଶ ଚର୍ଚ୍ଚାରେ ରହିଛି ଯୋଗାଣ ବିଭାଗ ଅଧିକାରୀଙ୍କ ଯୌନ ନିର୍ଯାତନା ମାମଲା। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜ ଅଲ୍ଲି ନିଜ ଅଫିସର ଜଣେ ଅଧିକାରିଣୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ଲୋକାଲ କଂପ୍ଲେନ କମିଟି ମଧ୍ୟ ତଦନ୍ତ କରି ରିପୋର୍ଟ ଦେଇସାରିଛି। ପୁଲିସ ଏତଲା ଆଧାରରେ ମାମଲା କରିଥିଲା। ଏତେ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସିଏସଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅଭିଯୋଗକାରିଣୀ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ଆସୁଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଧରି ସଂଘର ସଦସ୍ୟମାନେ ସହରରେ ଶୋଭାଯାତ୍ରା କରିବା ସହିତ ଜିଲ୍ଲାପାଳ ଅଫିସ୍ ଘେରାଉ କରିଥିଲେ।

ଏନେଇ ସଂଘର ମହିଳା ଶାଖାର ମୁଖ୍ୟ କହିଛନ୍ତି, ଜାଣିଶୁଣି ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବାକୁ ପ୍ରଶାସନ କାମ କରୁଛି। ଆଦିବାସୀ ଝିଅଙ୍କୁ ନ୍ୟାୟ ମିଳୁନି। ତେଣୁ ଏଭଳି ପ୍ରଶାସନିକ ବ୍ୟବସ୍ଥାର ଆବଶ୍ୟକତା ନାହିଁ। ଏହି ମାମଲାରେ ପୁଲିସ ଓ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ କର ବା ମର ଆନ୍ଦୋଳନର ଡାକରା ଦିଆଯିବ। ହଜାର ହଜାର ଆଦିବାସୀ ଏଥିରେ ସାମିଲ ହେବେ।

ଏନେଇ ବଲାଙ୍ଗିର ଏସ୍‌ଡିପିଓ କହିଛନ୍ତି, ମାମଲାର ତଦନ୍ତ ଚାଲିଛି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

Related story