ଟ୍ରାଇବାଲ୍‌ କୁଇନ ମୁକୁଟ ପିନ୍ଧିଲେ ପଲ୍ଲବୀ: ୨୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ହେଲେ ଶ୍ରେଷ୍ଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଦିବାସୀ ମହିଳା ମାନଙ୍କୁ ନେଇ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଛି କଳିଙ୍ଗ ଟ୍ରାଇବାଲ କୁଇନ ପ୍ରତିଯୋଗିତା। ଆଦିରାଣୀ କଳିଙ୍ଗ ଗୌରବ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ରାଜ୍ୟ ଓ ରାଜ୍ୟ ବାହାରର ୨୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ଆଦିବାସୀ ମାନଙ୍କ ବେଶଭୁଷା, ସଂସ୍କୃତି, ପରମ୍ପରା, ନୃତ୍ୟ ଓ ସଂଗୀତ ପ୍ରଭୃତି ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତେବେ ଶେଷରେ ଆଦିରାଣୀ ମୁକୁଟ ପିନ୍ଧିଥିଲେ […]

ffaa

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 06:09 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଦିବାସୀ ମହିଳା ମାନଙ୍କୁ ନେଇ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଛି କଳିଙ୍ଗ ଟ୍ରାଇବାଲ କୁଇନ ପ୍ରତିଯୋଗିତା। ଆଦିରାଣୀ କଳିଙ୍ଗ ଗୌରବ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ରାଜ୍ୟ ଓ ରାଜ୍ୟ ବାହାରର ୨୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ଆଦିବାସୀ ମାନଙ୍କ ବେଶଭୁଷା, ସଂସ୍କୃତି, ପରମ୍ପରା, ନୃତ୍ୟ ଓ ସଂଗୀତ ପ୍ରଭୃତି ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ତେବେ ଶେଷରେ ଆଦିରାଣୀ ମୁକୁଟ ପିନ୍ଧିଥିଲେ କୋରାପୁଟର ପଲ୍ଲବୀ ଦୁରୁଆ। ସେହିଭଳି ବଲାଙ୍ଗିର ଜିଲ୍ଲାର ପଞ୍ଚମୀ ମାଝି ପ୍ରଥମ ରନର୍ସ ଅପ ଓ ମୟୁରଭଞ୍ଜର ରଶ୍ମିରେଖା ହାଁସଦା ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି। ଏହି ଅବସରରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ପ୍ରଶାସକ ରାଜେଶ ପ୍ରଭାକର ପାଟିଲ ଓ ବାଲି ଦ୍ୱିପରୁ ଆସିଥିବା କଳିଙ୍ଗ -ବାଲି ସଂଗମ ଅନୁଷ୍ଠାନର ପ୍ରତିଷ୍ଠାତା ଅଗସ ଇନ୍ଦ୍ର ଉଦ୍ଦୟନ ପ୍ରଭୃତି ୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କଳିଙ୍ଗ ଆଇକନିକ୍ ଆୱାଡ ପ୍ରଦାନ କରାଯାଇଥିଲା। ଆଦିବାସୀ ମହିଳା ମାନଙ୍କୁ ସଶକ୍ତି କରଣ ସହିତ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପ୍ରଥମ କରି ଏହି ପ୍ରତିଯୋଗିତାର ଆୟୋଜନ କରିଛି କଳିଙ୍ଗ ଗୌରବ ଅନୁଷ୍ଠାନ।

Related story