ଗାଁକୁ ଯାଇପାରିଲାନି ଆମ୍ୱୁଲାନ୍ସ, ମଝି ରାସ୍ତାରେ ପ୍ରସବ କଲେ ପ୍ରସୂତି

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଗାଁକୁ ଯାଇପାରିଲାନି ଆମ୍ୱୁଲାନ୍ସ। ଭାରରେ ନିଆଯାଉଥିବା ବେଳେ ରାସ୍ତାରେ ପୁତ୍ର ସନ୍ତାନ ପ୍ରସବ କଲେ ପ୍ରସୂତି। ଏପରି ଘଟଣା କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ କାଳିଆମ୍ବ ଗାଁରେ ଘଟିଛି। ପ୍ରସବ ପରେ ମାଆ ଓ ଛୁଆ ସୁସ୍ଥ ଅଛନ୍ତି। https://www.facebook.com/OdishaReporter/posts/3098975330225856 ସୂଚନା ଅନୁଯାୟୀ, ଗତକାଲି ରାତିର କାଳିଆମ୍ବର କୈଳାଶ ସାହୁଙ୍କ ସ୍ତ୍ରୀ କବିତାଙ୍କୁ ପ୍ରସବ ବେଦନା ହୋଇଥିଲା। ଆମ୍ୱୁଲାନ୍ସ ପାଇଁ ପରିବାର ଲୋକେ ୧୦୨କୁ ଫୋନ କରିଥିଲେ। ହେଲେ ଗାଁକୁ ଭଲ […]

koraput-district

Manoranjan Sial
  • Published: Saturday, 19 September 2020
  • , Updated: 19 September 2020, 10:26 PM IST

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଗାଁକୁ ଯାଇପାରିଲାନି ଆମ୍ୱୁଲାନ୍ସ। ଭାରରେ ନିଆଯାଉଥିବା ବେଳେ ରାସ୍ତାରେ ପୁତ୍ର ସନ୍ତାନ ପ୍ରସବ କଲେ ପ୍ରସୂତି। ଏପରି ଘଟଣା କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ କାଳିଆମ୍ବ ଗାଁରେ ଘଟିଛି। ପ୍ରସବ ପରେ ମାଆ ଓ ଛୁଆ ସୁସ୍ଥ ଅଛନ୍ତି।
https://www.facebook.com/OdishaReporter/posts/3098975330225856

ସୂଚନା ଅନୁଯାୟୀ, ଗତକାଲି ରାତିର କାଳିଆମ୍ବର କୈଳାଶ ସାହୁଙ୍କ ସ୍ତ୍ରୀ କବିତାଙ୍କୁ ପ୍ରସବ ବେଦନା ହୋଇଥିଲା। ଆମ୍ୱୁଲାନ୍ସ ପାଇଁ ପରିବାର ଲୋକେ ୧୦୨କୁ ଫୋନ କରିଥିଲେ। ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲା ନାହିଁ। ଗାଁଠୁ ୩ କିଲୋମିଟର ରହିଲା ଆମ୍ୱୁଲାନ୍ସ। ତେଣୁ ପରିବାର ଲୋକ ଭାରରେ ପ୍ରସୂତିଙ୍କୁ ନେଉଥିଲେ। ତେବେ ରାସ୍ତାରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ପ୍ରସୂତି। ପରେ ମାଆ ଓ ଛୁଆକୁ ଆମ୍ୱୁଲାନ୍ସରେ ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଦଶମନ୍ତପୁର ଡାକ୍ତରଖାନାରେ ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି।

Related story