ଟ୍ରାଇଡେଣ୍ଟ ନାମରେ ମାମଲା ପ୍ରସଙ୍ଗ: ସଫେଇ ଦେଲେ ହୋଟେଲ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ହୋଟେଲ ଟ୍ରାଇଡେଣ୍ଟ୍ ନାଁରେ ମାମଲା ରୁଜୁ ହେବା ଘଟଣାରେ ହୋଟେଲ କର୍ତ୍ତୃପକ୍ଷ ନିଜର ସଫେଇ ଦେଇଛନ୍ତି । ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଆୟାର ସିବିଆଇର ୱାଣ୍ଟେଡ ତାଲିକାରେ ଥିଲେ ବୋଲି ଆମେ ଜାଣି ନ ଥିଲୁ । ସେ ଆମର ଜଣେ ନିୟମିତ ଗ୍ରାହକ ଥିଲେ । ଜଣେ ମହିଳା ସମ୍ପର୍କୀୟାଙ୍କ ନାମରେ ସେ ହୋଟେଲରେ ରୁମ ବୁକ୍ କରିଥିଲେ । ଚେକିଂ ସମୟରେ ମହିଳା ଜଣଙ୍କ ମଧ୍ୟ ଆୟାରଙ୍କ ସହ […]

trident

Rakesh Mallick
  • Published: Tuesday, 09 June 2015
  • , Updated: 09 June 2015, 03:07 AM IST

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ହୋଟେଲ ଟ୍ରାଇଡେଣ୍ଟ୍ ନାଁରେ ମାମଲା ରୁଜୁ ହେବା ଘଟଣାରେ ହୋଟେଲ କର୍ତ୍ତୃପକ୍ଷ ନିଜର ସଫେଇ ଦେଇଛନ୍ତି । ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଆୟାର ସିବିଆଇର ୱାଣ୍ଟେଡ ତାଲିକାରେ ଥିଲେ ବୋଲି ଆମେ ଜାଣି ନ ଥିଲୁ । ସେ ଆମର ଜଣେ ନିୟମିତ ଗ୍ରାହକ ଥିଲେ । ଜଣେ ମହିଳା ସମ୍ପର୍କୀୟାଙ୍କ ନାମରେ ସେ ହୋଟେଲରେ ରୁମ ବୁକ୍ କରିଥିଲେ । ଚେକିଂ ସମୟରେ ମହିଳା ଜଣଙ୍କ ମଧ୍ୟ ଆୟାରଙ୍କ ସହ ଆସିଥିଲେ ବୋଲି ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି । ଏହାସହ ପୋଲିସ ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରାଯିବା ବୋଲି ହୋଟେଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

ବ୍ୟାଙ୍କ ଠକେଇ ମାମଲା ସହିତ ଜଡ଼ିତ ଡେକାନ୍ କ୍ରୋନିକଲ୍ ଉପାଧ୍ୟକ୍ଷ ପି.କେ ଆୟାରଙ୍କୁ ସିବିଆଇ ଏହି ହୋଟେଲରୁ ଗିରଫ କରିଥିଲା । ଆୟାର ଛଦ୍ମ ନାମରେ ଏହି ହୋଟେଲରେ ରହୁଥିଲେ । ତଥ୍ୟ ଲୁଚାଇବା, ଅପରାଧିକ ଷଡ଼ଯନ୍ତ୍ର ଭଳି ଆଇପିସି ଧାରାରେ ପୋଲିସ୍ ଏହି ତାରକା ହୋଟେଲ ନାଁରେ ସୋମବାର ମାମଲା ରୁଜୁ କରିଥିଲା । ସେହିପରି ଛଦ୍ମନାମରେ ରହିବା ନେଇ ପି.କେ ଆୟରଙ୍କ ନାଁରେ ବି ମାମଲା ରୁଜୁ କରିଛି କମିଶନରେଟ ପୋଲିସ୍। ଅନ୍ୟପକ୍ଷ ଆଜି ପୋଲିସ ହୋଟେଲ ଟ୍ରାଇଡେଣ୍ଟ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିପାରେ । ଆୟାର ଜଣେ ମହିଳାଙ୍କ ନାଁରେ ଥିବା ରୁମରେ କେମିତି ଦୁଇମାସ ଧରି ରହିଥିଲେ, ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ୍ । ତେବେ ତଦନ୍ତ ପ୍ରାଥମିକସ୍ତରରେ ରହିଥିବା ଭୁବନେଶ୍ୱର ଡିସିପି କହିଛନ୍ତି। ସେପଟେ ହୋଟେଲରେ କେଉଁମାନେ ରହୁଛନ୍ତି ତାର ଦୈନିକ ଅକୁପାନସି ଚାର୍ଟ ଦେବା ଲାଗି ଅନ୍ୟ ହୋଟେଲଗୁଡିକ ପାଇଁ ଆଡଭାଇଜରି ଜାରି କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି। ପି.କେ ଆୟାର ଦୁଇମାସ ଧରି ଟ୍ରାଇଡେଣ୍ଟରେ ଚନ୍ଦା ଆଠୱାନି ନାମ୍ନୀ ଜଣେ ମହିଳାଙ୍କ ନାଁରେ ବୁକ୍ ହୋଇଥିବା ରୁମରେ ରହୁଥିଲେ । ଆୟାର ଜଣେ ମହିଳାଙ୍କ ନାଁରେ ବୁକ୍ ହୋଇଥିବା ରୁମରେ ଏତେ ଦିନ ରହିବା ସମ୍ପର୍କରେ ହୋଟେଲର କର୍ମଚାରୀ ଓ ଅଧିକାରୀମାନେ କିପରି ଜାଣିପାରିଲେ ନାହିଁ କି ପୋଲିସକୁ ଜଣାଇଲେ ନାହିଁ। ସେହିପରି ଟ୍ରାଇଡେଣ୍ଟ୍ ପକ୍ଷରୁ କମିଶନରେଟ୍ ପୋଲିସକୁ ଅକୁପେନସି ଚାର୍ଟ ମଧ୍ୟ ଦିଆଯାଉ ନ ଥିଲା ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।

Related story