୨୫ ଶ୍ରମିକଙ୍କୁ ନେଇ ଯାଉଥିଲା ଟ୍ରକ୍‌, ଅଧା ବାଟରେ ଓଲଟି ପଡ଼ିଲା

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ରାସ୍ତା କଡ଼କୁ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ୍‌ । ଏହି ଦୁର୍ଘଟଣାରେ ୨୦ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଓ ଆହତମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫ ଜଣ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି […]

accident

Niharika Rout
  • Published: Friday, 27 May 2022
  • , Updated: 27 May 2022, 12:12 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ରାସ୍ତା କଡ଼କୁ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ୍‌ । ଏହି ଦୁର୍ଘଟଣାରେ ୨୦ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି ।

ଗୁରୁତର ଓ ଆହତମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫ ଜଣ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ଶ୍ରମିକ ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରେ ନିୟୋଜିତ ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀର ବୋଲି ଜଣାପଡ଼ିଛି।

ମୁକ୍ତାପଶିରୁ ରେଲୱେ କାମ ସାରି କମଳାଙ୍ଗ ଗାଁସ୍ଥିତ ରେଲୱେ ପ୍ରୋଜେକ୍ଟକୁ ଶ୍ରମିକମାନେ ଟ୍ରକ୍‌ରେ ଯାଉଥିଲେ।  ମାତ୍ର ବଡଝରା ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଟ୍ରକ୍‌ଟି ଓଲଟି ପଡିଥିଲା ।  ଡ୍ରାଇଭରଜଣକ ନିଶାସକ୍ତ ଥିବା  ଦୁର୍ଘଟଣା ଘଟିଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି ।  ବିପଦଜନକ ଭାବେ ଏକ ଗାଡ଼ିରେ ଶ୍ରମିକମାନଙ୍କୁ କିପରି ପଠା ଯାଉଥିଲା, ଏଥିନିମନ୍ତେ କିଏ ଅନୁମତି ଦେଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related story