ଦୋକାନରେ ପଶିଲା ଟ୍ରକ୍‌, ଚାଲିଗଲା ଦୁଇ ଜୀବନ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଛକ ନିକଟରେ ଭାରସାମ୍ୟ ହରାଇ ଦୋକାନ ଘରେ ପଶିଲା ଟ୍ରକ୍‌। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଓଏମ୍‌ସି ଖଣିରୁ ମାଲ୍‌ ପରିବହନ କରିବାକୁ ଏକ ଟ୍ରକ୍‌ ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଗୋଟିଏ ଦୋକାନ ଘର ମଧ୍ୟରେ ପଶି ଯାଇଥିଲା। ଫଳରେ ଦୋକାନରେ ବସିଥିବା ମାଲିକ ଦୋଳଗୋବିନ୍ଦ ସାହୁ ସମେତ ଟ୍ରକର ହେଲ୍‌ପର୍‌ଙ୍କ […]

truck

Manoranjan Sial
  • Published: Wednesday, 18 November 2020
  • , Updated: 18 November 2020, 08:47 PM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଛକ ନିକଟରେ ଭାରସାମ୍ୟ ହରାଇ ଦୋକାନ ଘରେ ପଶିଲା ଟ୍ରକ୍‌। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଓଏମ୍‌ସି ଖଣିରୁ ମାଲ୍‌ ପରିବହନ କରିବାକୁ ଏକ ଟ୍ରକ୍‌ ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଗୋଟିଏ ଦୋକାନ ଘର ମଧ୍ୟରେ ପଶି ଯାଇଥିଲା। ଫଳରେ ଦୋକାନରେ ବସିଥିବା ମାଲିକ ଦୋଳଗୋବିନ୍ଦ ସାହୁ ସମେତ ଟ୍ରକର ହେଲ୍‌ପର୍‌ଙ୍କ ମୃତ୍ୟୁ ହୋଇଛି।  ଅନ୍ୟ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ପୁଲିସ ପହଁଛି ତଦନ୍ତ ଜାରି ରଖିଛି।

Related story