ସ୍କୁଟିକୁ ଧକ୍କା ଦେଇ ଜଳିଗଲା ଟ୍ରକ୍

ପାରାଦ୍ୱୀପ: ପାରାଦ୍ୱୀପ ଉପକଣ୍ଠ ଭୁତମୁଣ୍ଡେଇ ନିକଟ ନୀଳାଚଳ ବଜାରରେ ମଙ୍ଗଳବାର ରାତିରେ ଏକ ଦୁର୍ଘଟଣା ଘଟିଛି। ଆଜି ରାତି ପ୍ରାୟ ୯ଟା ବେଳେ ପାରାଦ୍ୱୀପରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଏଥିରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ସ୍କୁଟିକୁ ଧକ୍କା ଦେବା ପରେ ହଠାତ୍ ଟ୍ରକରେ ନିଆଁ ଲାଗିଯାଇଥିଲା। ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। […]

Burning_truck

Rakesh Mallick
  • Published: Wednesday, 20 December 2017
  • , Updated: 20 December 2017, 12:06 AM IST

ପାରାଦ୍ୱୀପ: ପାରାଦ୍ୱୀପ ଉପକଣ୍ଠ ଭୁତମୁଣ୍ଡେଇ ନିକଟ ନୀଳାଚଳ ବଜାରରେ ମଙ୍ଗଳବାର ରାତିରେ ଏକ ଦୁର୍ଘଟଣା ଘଟିଛି। ଆଜି ରାତି ପ୍ରାୟ ୯ଟା ବେଳେ ପାରାଦ୍ୱୀପରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଏଥିରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ସ୍କୁଟିକୁ ଧକ୍କା ଦେବା ପରେ ହଠାତ୍ ଟ୍ରକରେ ନିଆଁ ଲାଗିଯାଇଥିଲା। ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗୁରୁତର ଆହତ ସ୍କୁଟର ଆରୋହୀଙ୍କୁ କଟକ ପଠାଇ ଦିଆଯାଇଛି। ସେମାନଙ୍କ ଭିତରୁ ଜଣଙ୍କର ଗୋଡ଼ କଟିଯାଇଛି।

Related story