ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ରିଫାଇନ ବୋଝେଇ ଟ୍ରକ୍‌

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ରିଫାଇନ ବୋଝେଇ ଟ୍ରକ୍‌ଟି ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେବା ପରେ ଜଳି ଯାଇଛି। ଏତେ ବଡ଼ ଦୁର୍ଘଟଣାରୁ ଡ୍ରାଇଭର ଓ ହେଲପର ଅଳ୍ପକେ ବଞ୍ଚିଯାଇଛନ୍ତି। ଅଗ୍ନିଶମ କର୍ମଚାରୀ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ରିଫାଇନ ବୋଝେଇ ଟ୍ରକ୍‌ଟି ଭୁବନେଶ୍ୱରରୁ ଭଦ୍ରକ  ଆସୁଥିଲେ। ଏହି ସମୟରେ ବାରିକପୁର […]

fire

Tapaswini Nayak
  • Published: Wednesday, 22 June 2022
  • , Updated: 22 June 2022, 03:04 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ରିଫାଇନ ବୋଝେଇ ଟ୍ରକ୍‌ଟି ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେବା ପରେ ଜଳି ଯାଇଛି। ଏତେ ବଡ଼ ଦୁର୍ଘଟଣାରୁ ଡ୍ରାଇଭର ଓ ହେଲପର ଅଳ୍ପକେ ବଞ୍ଚିଯାଇଛନ୍ତି। ଅଗ୍ନିଶମ କର୍ମଚାରୀ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ।

ଗତକାଲି ବିଳମ୍ବିତ ରାତିରେ ରିଫାଇନ ବୋଝେଇ ଟ୍ରକ୍‌ଟି ଭୁବନେଶ୍ୱରରୁ ଭଦ୍ରକ  ଆସୁଥିଲେ। ଏହି ସମୟରେ ବାରିକପୁର ଛକ ନିକଟରେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା।  ଦୁର୍ଘଟଣା ପରେ ତେଲ ବୋଝେଇ  ଟ୍ରକରେ ନିଆଁ ଲାଗି ଯାଇଥିଲା। ମଝିରାସ୍ତାରେ ଟକ୍‌ଟି ହୁତୁହତୁ ହୋଇ ଜଳି ଯାଇଥିଲା।   ଟ୍ରକ୍‌ରେ ନିଆଁ ଲାଗିବା ପରେ ଡ୍ରାଇଭର ଓ ହେଲପର ଜୀବନ ବଞ୍ଚାଇ ବାହାରକୁ ପଳାଇ ଆସିଥିଲେ।

ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟ ଟ୍ରକ୍‌ରେ ଥିବା ଡ୍ରାଇଭର ଓ ହେଲପରଙ୍କ କିଛି ହୋଇ ନାହିଁ।  ପୁଲିସ ଘଟଣାର ତଦନ୍ତ କରୁଛି।

Related story