ଝାରସୁଗୁଡ଼ା: ଟ୍ରକ୍‌ ଧକ୍କାରେ ୨ ବାଇକ ଆରୋହୀ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ନିକଟ ବାଲିଜୁରି ଛତ୍ରିକଣ୍ଟାରେ ଆଜି ଏକ ଟ୍ରକ୍‌ ବାଇକକୁ  ଧକ୍କା ଦେବା  ଫଳରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଲକ୍ଷ୍ମଣ  କିଲା ଓ ସୁମନ୍ତ କିଶାନ।  ଉଭୟ ବାଇକରେ ଫେରୁଥିବା ବେଳେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଲକ୍ଷ୍ମଣଙ୍କ ଘଟଣାସ୍ଥଳରେ  ମୃତ୍ୟୁ ହୋଇଯାଇଥିବା ବେଳେ ସୁମନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ହୋଇଥିଲା।  ମୃତକଙ୍କ ପରିବାରକୁ କ୍ଷତିପୂରଣ  ଦାବିରେ  ସ୍ଥାନୀୟ ଲୋକ ରାସ୍ତାରୋକ ଅବରୋଧ କରିଥିଲେ। ଫଳରେ ଗାଡ଼ି […]

trck

Rakesh Mallick
  • Published: Sunday, 04 December 2016
  • , Updated: 04 December 2016, 07:15 PM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ନିକଟ ବାଲିଜୁରି ଛତ୍ରିକଣ୍ଟାରେ ଆଜି ଏକ ଟ୍ରକ୍‌ ବାଇକକୁ  ଧକ୍କା ଦେବା  ଫଳରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଲକ୍ଷ୍ମଣ  କିଲା ଓ ସୁମନ୍ତ କିଶାନ।  ଉଭୟ ବାଇକରେ ଫେରୁଥିବା ବେଳେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଲକ୍ଷ୍ମଣଙ୍କ ଘଟଣାସ୍ଥଳରେ  ମୃତ୍ୟୁ ହୋଇଯାଇଥିବା ବେଳେ ସୁମନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ହୋଇଥିଲା।  ମୃତକଙ୍କ ପରିବାରକୁ କ୍ଷତିପୂରଣ  ଦାବିରେ  ସ୍ଥାନୀୟ ଲୋକ ରାସ୍ତାରୋକ ଅବରୋଧ କରିଥିଲେ। ଫଳରେ ଗାଡ଼ି ଯିବା ଆସିବା ପ୍ରଭାବିତ ହୋଇଥିଲା।  ଦୁର୍ଘଟଣା ଘଟାଇଥିବା  ଟ୍ରକକୁ ସ୍ଥାନୀୟ ଲୋକେ ଅଟକ ରଖିଥିବା ବେଳେ ଡ୍ରାଇଭରକୁ  ପୋଲିସ୍‌ ଗିରଫ କରିଛି।

Related story