ଟ୍ରକ୍‌ ଉପରକୁ ଚଢ଼ିଥିଲେ ଡ୍ରାଇଭର, ହଠାତ୍‌ ଜଳିଗଲେ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଏମିତି ବି ଆସେ ମୃତ୍ୟୁ। ଠିକଣା ଜାଗାରେ ଟ୍ରକ୍‌ ପହଞ୍ଚାଇବା ପରେ ମାଲ୍‌ ଅନଲୋଡ କରିବାକୁ ଗାଡ଼ି ଉପରକୁ ଚଢ଼ିଥିବା ବେଳେ ହଠାତ୍‌ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଗଲେ ଡ୍ରାଇଭର। ଘଟଣାସ୍ଥଳରେ ହିଁ ଡ୍ରାଇଭରଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଟ୍ରକ୍‌ର ଅଧା ଅଂଶ ପୋଡ଼ି ଯାଇଛି। ଏପରି ଅଘଟଣ ଆଜି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡୁଙ୍ଗୁରୀପାଲି ଗାଁରେ ଘଟିଛି। ମୃତକ ହେଲେ ବିହାର ସମଷ୍ଟିପୁରର ରାମ କୁମାର ଯାଦବ। ସୂଚନାଯୋଗ୍ୟ, ଝାରସୁଗୁଡ଼ାରୁ […]

truck fire

Niharika Rout
  • Published: Friday, 27 August 2021
  • , Updated: 27 August 2021, 12:35 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଏମିତି ବି ଆସେ ମୃତ୍ୟୁ। ଠିକଣା ଜାଗାରେ ଟ୍ରକ୍‌ ପହଞ୍ଚାଇବା ପରେ ମାଲ୍‌ ଅନଲୋଡ କରିବାକୁ ଗାଡ଼ି ଉପରକୁ ଚଢ଼ିଥିବା ବେଳେ ହଠାତ୍‌ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଗଲେ ଡ୍ରାଇଭର। ଘଟଣାସ୍ଥଳରେ ହିଁ ଡ୍ରାଇଭରଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଟ୍ରକ୍‌ର ଅଧା ଅଂଶ ପୋଡ଼ି ଯାଇଛି। ଏପରି ଅଘଟଣ ଆଜି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡୁଙ୍ଗୁରୀପାଲି ଗାଁରେ ଘଟିଛି। ମୃତକ ହେଲେ ବିହାର ସମଷ୍ଟିପୁରର ରାମ କୁମାର ଯାଦବ।

ସୂଚନାଯୋଗ୍ୟ, ଝାରସୁଗୁଡ଼ାରୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଆଜି ବଲାଙ୍ଗିର ଜିଲ୍ଲା ଡୁଙ୍ଗୁରୀପାଲି ଗାଁରେ ପହଞ୍ଚିଥିଲା। ସିମେଣ୍ଟ ଅନଲୋଡ କରିବା ନିମନ୍ତେ ଗାଡ଼ି ଅଟକାଇ ଡ୍ରାଇଭର ଉପରକୁ ଚଢ଼ିଥିଲେ। ମାତ୍ର ହଠାତ୍‌ ସେ ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ରାମ କୁମାର।  ଏହା ସହିତ ଟ୍ରକ୍‌ରେ ମଧ୍ୟ ନିଆଁ ଲାଗିଯାଇଥିଲା।

ତୁଷୁରା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।  ତୁଷୁରା  ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Related story