ଯୁବକଙ୍କୁ ପିଟି ଦେଲା ଟ୍ରକ୍‌, ଜାଳିଦେଲେ ଲୋକେ

କୋଣାର୍କ(ଓଡ଼ିଶା ରିପୋର୍ଟର): ସାଇକେଲରେ ଯାଉଥିଲେ ଯୁବକ । ପିଟିଦେଲା ଟ୍ରକ୍‌। ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ ହେବା ଦେଖାଦେଲା ଉତ୍ତେଜନା । ଟ୍ରକ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ। ଏପରି ଉତ୍ତେଜନାମୂଳକ ପରିସ୍ଥିତି ଆଜି ପୁରୀ ଜିଲ୍ଲା ନିମାପଡ଼ା-ପିପିଲି ରାସ୍ତା ଜଇନାବାଦରେ ଦେଖିବାକୁ ମିଳିଛି।  ମୃତକଜଣକ ହେଲେ ଖେରାତ ଅଞ୍ଚଳର ପ୍ରଦୀପ ପ୍ରଧାନ  । ପ୍ରଦୀପ ଆଜି ସକାଳେ ସାଇକେଲରେ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ […]

tuck

  • Published: Thursday, 22 September 2022
  • , Updated: 22 September 2022, 01:50 PM IST

କୋଣାର୍କ(ଓଡ଼ିଶା ରିପୋର୍ଟର): ସାଇକେଲରେ ଯାଉଥିଲେ ଯୁବକ । ପିଟିଦେଲା ଟ୍ରକ୍‌। ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ ହେବା ଦେଖାଦେଲା ଉତ୍ତେଜନା । ଟ୍ରକ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ। ଏପରି ଉତ୍ତେଜନାମୂଳକ ପରିସ୍ଥିତି ଆଜି ପୁରୀ ଜିଲ୍ଲା ନିମାପଡ଼ା-ପିପିଲି ରାସ୍ତା ଜଇନାବାଦରେ ଦେଖିବାକୁ ମିଳିଛି।  ମୃତକଜଣକ ହେଲେ ଖେରାତ ଅଞ୍ଚଳର ପ୍ରଦୀପ ପ୍ରଧାନ  ।

ପ୍ରଦୀପ ଆଜି ସକାଳେ ସାଇକେଲରେ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିଲା ପ୍ରବଳ ଉତ୍ତେଜନା ।

ଉତ୍ତ୍ୟକ୍ତ ଲୋକେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ ।  ଅଗ୍ନିଶମ କର୍ମଚାରୀ ପହଞ୍ଚି ଟ୍ରକ୍‌ରୁ ନିଆଁ ଲିଭାଇଛନ୍ତି।  ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଘଟଣାସ୍ଥଳରେ ପୁଲିସ୍‌ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଜଣାଯାଇଛି।

Related story