ଏସ୍‌ପିଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ): ଆଜି ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲେ ଭଦ୍ରକ ଏସ୍‌ପି ଚରଣ ସିଂ ମୀନା । ଏସ୍‌ପିଙ୍କ କାର୍‌କୁ  ଭଣ୍ଡାରିପୋଖରୀ ଛକ ନିକଟରେ ଏକ କାର୍‌ ଧକ୍କା ଦେଇଥିବା ଜଣାଯାଇଛି। ଟ୍ରକକୁ ଜବତ ସହ ଡ୍ରାଇଭରଙ୍କୁ ଅଟକ ରଖିଛି ଭଣ୍ଡାରିପୋଖରୀ ପୁଲିସ୍‌।. ସୂଚନାଯୋଗ୍ୟ, ଆଜି ସକାଳେ ଭଦ୍ରକ ଏସ୍‌ପି ଚରଣ ସିଂ ମୀନା ଭଣ୍ଡାରିପୋଖରୀ ଚେକ୍‌ ପୋଷ୍ଟ ନିକଟକୁ ଯାଇଥିଲେ। ସେଠାରୁ ସେ ଭଦ୍ରକ ଫେରୁଥିଲେ। ଏହି ସମୟରେ ପଛ ପଟୁ ଆସୁଥିବା ଏକ […]

truck-1

Niharika Rout
  • Published: Tuesday, 05 January 2021
  • , Updated: 05 January 2021, 12:48 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଆଜି ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲେ ଭଦ୍ରକ ଏସ୍‌ପି ଚରଣ ସିଂ ମୀନା । ଏସ୍‌ପିଙ୍କ କାର୍‌କୁ  ଭଣ୍ଡାରିପୋଖରୀ ଛକ ନିକଟରେ ଏକ କାର୍‌ ଧକ୍କା ଦେଇଥିବା ଜଣାଯାଇଛି। ଟ୍ରକକୁ ଜବତ ସହ ଡ୍ରାଇଭରଙ୍କୁ ଅଟକ ରଖିଛି ଭଣ୍ଡାରିପୋଖରୀ ପୁଲିସ୍‌।.

ସୂଚନାଯୋଗ୍ୟ, ଆଜି ସକାଳେ ଭଦ୍ରକ ଏସ୍‌ପି ଚରଣ ସିଂ ମୀନା ଭଣ୍ଡାରିପୋଖରୀ ଚେକ୍‌ ପୋଷ୍ଟ ନିକଟକୁ ଯାଇଥିଲେ। ସେଠାରୁ ସେ ଭଦ୍ରକ ଫେରୁଥିଲେ। ଏହି ସମୟରେ ପଛ ପଟୁ ଆସୁଥିବା ଏକ ଟ୍ରକ୍‌ ଏସ୍‌ପିଙ୍କ ଗାଡ଼ିକୁ ଡାହାଣ ପଟୁ ଧକ୍କା ଦେଇଥିଲା। ଏହାପରେ ଟ୍ରକଟି ଦ୍ରୁତ ଗତିରେ ପଳାଇ ଯାଉଥିବା ବେଳେ ହନୁମାନ ଛକ ନିକଟରୁ ଭଣ୍ଡାରିପୋଖରୀ ପୁଲିସ୍‌ ଗାଡ଼ିକୁ ଜବତ କରିଥିଲା। ଏହାପରେ ଡ୍ରାଇଭରଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି।

ଏହି ଦୁର୍ଘଟଣାରେ ଭଦ୍ରକ ଏସ୍‌ପି ଓ ତାଙ୍କ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଗାଡ଼ିଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି।

ଅଧିକ ପଢ଼ନ୍ତୁ : ପାକିସ୍ତାନ ଜେଲ୍‌ରୁ ଫେରି ନିଖୋଜ ଥିବା ବିରଜୁଙ୍କ ପତ୍ତା ମିଳିଲା

https://youtu.be/tosmq5_20TE

Related story