ଜାଣି ନଥିଲେ ମୃତ୍ୟୁ ସେମାନଙ୍କୁ ଜଗିଥିଲା, ୨ ଜଣଙ୍କୁ ଉଦ୍ଧାର କରିବା ପରେ ପିଟି ଦେଲା ଟ୍ରକ୍

କଲ୍ୟାଣସିଂହପୁର (ମାଉଡ଼ି ବାରିକ): କାହାକୁ କେବେ ଓ କିପରି ମୃତ୍ୟୁ ତା’ ପାଖକୁ ଡାକି ନେବ, ତାହା କହିବା ମୁସ୍କିଲ୍‌। ଏଇ ଯେମିତି ଗତକାଲି ରାତିରେ ଘଟିଗଲା ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କାଳିଆପଡ଼ା ଘାଟିରେ। ଏଠାରେ ଏକ  ଓଲଟି ପଡ଼ିଥିବା ଟ୍ରାକ୍ଟର ତଳୁ ୨ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ପରେ ଛିଡ଼ା ହୋଇଥିବା ୨ ଉଦ୍ଧାରକାରୀଙ୍କୁ ଏକ ଟ୍ରକ୍ ପିଟି ଦେବାରୁ ସେମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସୂଚନା ଅନୁଯାୟୀ, କଳାହାଣ୍ଡିରୁ […]

accident

Niharika Rout
  • Published: Friday, 11 December 2020
  • , Updated: 11 December 2020, 12:00 PM IST

କଲ୍ୟାଣସିଂହପୁର (ମାଉଡ଼ି ବାରିକ): କାହାକୁ କେବେ ଓ କିପରି ମୃତ୍ୟୁ ତା’ ପାଖକୁ ଡାକି ନେବ, ତାହା କହିବା ମୁସ୍କିଲ୍‌। ଏଇ ଯେମିତି ଗତକାଲି ରାତିରେ ଘଟିଗଲା ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କାଳିଆପଡ଼ା ଘାଟିରେ। ଏଠାରେ ଏକ  ଓଲଟି ପଡ଼ିଥିବା ଟ୍ରାକ୍ଟର ତଳୁ ୨ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ପରେ ଛିଡ଼ା ହୋଇଥିବା ୨ ଉଦ୍ଧାରକାରୀଙ୍କୁ ଏକ ଟ୍ରକ୍ ପିଟି ଦେବାରୁ ସେମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ, କଳାହାଣ୍ଡିରୁ କାମ ସାରି ୪ ଜଣ ଶ୍ରମିକ ଟ୍ରାକ୍ଟରରେ ଆନ୍ଧ୍ରର ଶ୍ରୀକାକୁଲମ ଯାଉଥିଲେ। ତେବେ ଟ୍ରାକ୍ଟରଟି କାଳିଆପଡ଼ା ଘାଟିରେ ଓଲଟି ପଡ଼ିବାରୁ ୨ ଜଣ ଶ୍ରମିକ ତା’ ତଳେ ଚାପି ହୋଇ ଯାଇଥିଲେ। ଚାପି ହୋଇଥିବା ୨ ଜଣଙ୍କୁ ଉଦ୍ଧାର କରି ଅନ୍ୟ ୨ ଶ୍ରମିକ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ମେଡିକାଲ ପଠାଇଥିଲେ। ଏହାପରେ ସେମାନେ ସେଠାରେ ଛିଡ଼ା ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାଠ ବୋଝେଇ ଟ୍ରକ ସେମାନଙ୍କୁ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଦୁଇ ମୃତକଙ୍କ ଘର ଆନ୍ଧ୍ରର ଶ୍ରୀକାକୁଲମ ଅଞ୍ଚଳରେ ବୋଲି ଜଣାପଡ଼ିଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନି। ଟିକିରି ଥାନା ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ଟ୍ରାକ୍ଟରକୁ ଜବତ କରି ତଦନ୍ତ କରୁଛି।

 

Related story