ପରିବା ବୋଝେଇ ଗାଡ଼ିକୁ ପିଟିଦେଲା ଟ୍ରକ୍‌

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ନେଙ୍କଡାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗତ ରାତିରେ ଦୁଇଟି ପରିବା ବୋଝେଇ ପିକ୍ଅପ୍ ଗାଡି ଖରାପ ହେବାରୁ ରାସ୍ତା କଡ଼ରେ ମରାମତି କରାଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଏକ ଲୁହାପଥର ବୋଝେଇ ଟ୍ରକ ପିକ୍‌ଅପ୍‌କୁ ପଛରୁ ଧକ୍କା ଦେଇଥିଲା । ଫଳରେ ପିକ୍ଅପ୍ ମରାମତି କରୁଥିବା ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଗୁରୁତର ଜଣେ […]

keonjhar-1--1--

Niharika Rout
  • Published: Thursday, 30 January 2020
  • , Updated: 30 January 2020, 10:51 AM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ନେଙ୍କଡାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗତ ରାତିରେ ଦୁଇଟି ପରିବା ବୋଝେଇ ପିକ୍ଅପ୍ ଗାଡି ଖରାପ ହେବାରୁ ରାସ୍ତା କଡ଼ରେ ମରାମତି କରାଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଏହି ସମୟରେ ଏକ ଲୁହାପଥର ବୋଝେଇ ଟ୍ରକ ପିକ୍‌ଅପ୍‌କୁ ପଛରୁ ଧକ୍କା ଦେଇଥିଲା । ଫଳରେ ପିକ୍ଅପ୍ ମରାମତି କରୁଥିବା ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଗୁରୁତର ଜଣେ ବ୍ୟକ୍ତିଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ।

Related story