ବୋଲେରୋ ଉପରେ ଚଢ଼ିଗଲା ଟ୍ରକ, ୪ ମୃତ

ବାରିପଦା(ମାଣିକଲାଲ ପାଣି): ବୋଲେରୋ ଉପରେ ଚଢ଼ିଗଲା ଲୁହା ପଥର ବୋଝେଇ ଟ୍ରକ୍‌। ଫଳରେ ଘଟଣା ସ୍ଥଳରେ ଜଣେ ମହିଳା, ଜଣେ ନାବାଳିକାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ମୃତ ଓ ଆହତ ସମସ୍ତେ ଗୋଟିଏ କୁଟୁମ୍ୱର ହୋଇଥିବା ଅନୁମାନ କରାଯାଉଛି। ଲୁହା ପଥର ବୋଝେଇ ଟ୍ରକ୍‌ଟି ବାଙ୍ଗିରିପୋଷି ଘାଟିରୁ ତଳକୁ ଓହ୍ଲାଇଲା ବେଳେ […]

Bolaro-Accident

Manoranjan Sial
  • Published: Thursday, 07 July 2022
  • , Updated: 07 July 2022, 10:36 PM IST

ବାରିପଦା(ମାଣିକଲାଲ ପାଣି): ବୋଲେରୋ ଉପରେ ଚଢ଼ିଗଲା ଲୁହା ପଥର ବୋଝେଇ ଟ୍ରକ୍‌। ଫଳରେ ଘଟଣା ସ୍ଥଳରେ ଜଣେ ମହିଳା, ଜଣେ ନାବାଳିକାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ମୃତ ଓ ଆହତ ସମସ୍ତେ ଗୋଟିଏ କୁଟୁମ୍ୱର ହୋଇଥିବା ଅନୁମାନ କରାଯାଉଛି।

ଲୁହା ପଥର ବୋଝେଇ ଟ୍ରକ୍‌ଟି ବାଙ୍ଗିରିପୋଷି ଘାଟିରୁ ତଳକୁ ଓହ୍ଲାଇଲା ବେଳେ ସମ୍ମୁଖରେ ଯାଉଥିବା ବୋଲେରୋ ଉପରେ ଚଢ଼ି ଯାଇଥିଲା। ଯାହାଫଳରେ ବୋଲେରୋରେ ଥିବା ଚାଳକଙ୍କ ସମେତ ଜଣେ ପୁରୁଷ ଓ ଜଣେ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ତେବେ ଡ୍ରାଇଭର ପଛ ସିଟ୍‌ରେ ବସିଥିବା ଦୁଇ ଜଣ ପିଲା ଗୁରୁତର ଆହତ ହୋଇଥିଲେ।

ବାଙ୍ଗିରିପୋଷି ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଲୁହା କଟର ମାଧ୍ୟମରେ ବୋଲେରୋକୁ କାଟି ଦୁଇ ପିଲାଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ବାଙ୍ଗିରିପୋଷି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। ନାବାଳକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ମୃତକମାନେ ହେଲେ ବାଙ୍ଗିରିପୋଷି ଥାନା ତୁଳସୀବଣୀ ଗାଁର ଡେଭିଡ୍‌ ଟୁଡୁ, କୁମାର ଏଲିଜାବେଥ୍‌ ଓ ଆଲାଦି ହାଁସଦା। ତେବେ ମେଡିକାଲ୍‌ରେ ମୃତ ନାବାଳିକାଙ୍କ ନାଁ ଜଣାପଡ଼ି ନାହିଁ।

Related story