ସବୁ ସାରିଦେଲେ ଟ୍ୟୁସନ୍ ସାର୍

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଟ୍ୟୁସନ୍ ସାର୍ କରିଛନ୍ତି ଅପକର୍ମ। ପାଠ ପଢ଼ିବାକୁ ଆସୁଥିବା ଜଣେ ୭ ବର୍ଷର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଧରାପଡିଛନ୍ତି। ଏପରି ଘଟଣା ଘଟିଛି ନିକିରେଇ ଥାନା ଅଞ୍ଚଳରେ। ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ପୋଲିସ୍ ମାମଲା ରୁଜୁ କରି ଟ୍ୟୁସନ୍ ସାର୍ ଗଣେଶ ନାୟକଙ୍କୁ ଅଟକ ରଖିଛି।
ଅଭିଯୋଗ ଅନୁସାରେ, ଗଣେଶ ନାବାଳିକା ଜଣଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ। ଏହାର କିଛି ଭିଡିଓ ମଧ୍ୟ ସେ ରେକର୍ଡିଂ କରିଥିଲେ। କୌଣସି କାରଣରୁ ଏହି ଭିଡିଓ ନାବାଳିକାଙ୍କ ପରିବାର ଲୋକଙ୍କ ନଜରକୁ ଆସିଥିଲା। ଏହାପରେ ଗତରାତିରେ ଗାଁଲୋକେ ଅଭିଯୁକ୍ତ ସାର୍ଙ୍କୁ ଅଟକ ରଖିଥିଲେ। ଆଜି ଗଣେଶଙ୍କୁ ପୋଲିସରେ ଜିମା ଦିଆଯାଇଥିଲା। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ଜଣଙ୍କ ନିଜ ଦୋଷ ସ୍ୱୀକାର କରିଥିବା ପୋଲିସ୍ କହିଛି।