ବିଚ୍‌ ରାସ୍ତାରେ ମୁହାଁମୁହିଁ ହେଲେ ତହସିଲଦାର- ଆଇନଜୀବୀ

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଜବରଦଖଲ ଉଚ୍ଛେଦକୁ ନେଇ ବିଚ ରାସ୍ତାରେ ମୁହାଁମୁହିଁ ହେଲେ ତହସିଲଦାର ଓ ଆଇନଜୀବୀ ।  ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଦୀର୍ଘ ସମୟ ଚାଲିଥିବା ବେଳେ ଏହାକୁ ଦେଖିବାକୁ ରୁଣ୍ଡ ହୋଇଗଲେ ଶତାଧିକ ଲୋକେ । ଶେଷରେ ଉଚ୍ଛେଦ ନ କରି ଖାଲି ହାତରେ ଫେରିଗଲେ ତହସିଲଦାର । ଏପରି ଘଟଣା ଗଞ୍ଜାମ ବଡ଼ବଜାରରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, ଗଞ୍ଜାମ ବଡ଼ବଜାରଠାରେ କନ୍ଧ ଶତପଥୀ ୭୦ ବର୍ଷ ଧରି ଘର କରି ରହି ଆସୁଥିଲେ।  […]

fight

Niharika Rout
  • Published: Wednesday, 29 June 2022
  • , Updated: 29 June 2022, 02:48 PM IST

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଜବରଦଖଲ ଉଚ୍ଛେଦକୁ ନେଇ ବିଚ ରାସ୍ତାରେ ମୁହାଁମୁହିଁ ହେଲେ ତହସିଲଦାର ଓ ଆଇନଜୀବୀ ।  ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଦୀର୍ଘ ସମୟ ଚାଲିଥିବା ବେଳେ ଏହାକୁ ଦେଖିବାକୁ ରୁଣ୍ଡ ହୋଇଗଲେ ଶତାଧିକ ଲୋକେ । ଶେଷରେ ଉଚ୍ଛେଦ ନ କରି ଖାଲି ହାତରେ ଫେରିଗଲେ ତହସିଲଦାର । ଏପରି ଘଟଣା ଗଞ୍ଜାମ ବଡ଼ବଜାରରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଗଞ୍ଜାମ ବଡ଼ବଜାରଠାରେ କନ୍ଧ ଶତପଥୀ ୭୦ ବର୍ଷ ଧରି ଘର କରି ରହି ଆସୁଥିଲେ।  ନିଜ ଘର ପଛପଟେ ଥିବା ସରକାରୀ ଜମିର କିଛି ଅଂଶରେ ସେ ଘର କରି ଦେଇଥିବା ଅଭିଯୋଗ ହୋଇ ଆସୁଥିଲା । ଉକ୍ତ ଜବରଦଖଲକୁ ଉଚ୍ଛେଦ କରିବାକୁ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଗତକାଲି ଜେସିବି ମେଶିନ ସହ ନିଜେ ପହଞ୍ଚି ଥିଲେ ।

ଖବର ପାଇଏହି ଜମି ପାଇଁ କେଶ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ  ସେଠାରେ ପହଞ୍ଚିଥିଲେ। ତାଙ୍କ ମହକିଲକୁ ୭ ଦିନ ସମୟ ନଦେଇ କାହିକି  ଉଚ୍ଛେଦ ହେଉଛି ପ୍ରଶ୍ନ ପଚାରିଥିଲେ। ଏହାକୁ କେନ୍ଦ୍ର କରି ଘଟଣାସ୍ଥଳରେ ତହସିଲଦାର ଅରୁଣ କୁମାର ନାୟକ ଏବଂ ଆଇନଜୀବୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ  ହୋଇଥିଲା ।

ପୁଲିସ ଉପସ୍ଥିତିରେ ଏହି ଘଟଣା ଘଟି ଚାଲିଥିବା ବେଳେ ଏହାକୁ ଦେଖିବାକୁ ବହୁ ଲୋକ ରୁଣ୍ଡ ହୋଇଥିଲେ।  ଏପରିକି କନ୍ଧ ଶତପଥୀଙ୍କ ପରିବାରର ମହିଳାମାନେ ଜେସିବି ସମ୍ମୁଖରେ ବସିରହିଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ।  ଘଟଣା ଧୀରେ ଧୀରେ ଉଗ୍ର ରୂପ ନେବାରୁ ତହସିଲଦାର ଘଟଣାସ୍ଥଳରୁ ପଳାଇଥିଲେ। ଏହି ଘଟଣାରେ ତହସିଲଦାର ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ କନ୍ଧ ଶତପଥୀଙ୍କ ପରିବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କୁ ଦବଙ୍ଗ ତହସିଲଦାର କୁହାଯାଉଥିବା ବେଳେ ତାଙ୍କ ନାଁରେ ଆଗରୁ ବି ବହୁ ଅଭିଯୋଗ ରହିଛି। ପୂର୍ବରୁ ସେ ରାସ୍ତାରେ ଯୁବକଙ୍କୁ ଉଠବସ କରିଥିବା ଭିଡିଓ ଭାଇରାଲ ହୋଇଥିବା ବେଳେ ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ପୂର୍ବରୁ ସେ ପୁରୁଷୋତ୍ତମପୁରର ତହସିଲଦାର ଥିବା ବେଳେ ପ୍ରାୟ ୨ ବର୍ଷ ହେବ ବଦଳି ହୋଇ ଗଞ୍ଜାମକୁ ଆସିଥିବା ଜଣାଯାଇଛି।

Related story