୧୨ ଦଫା ଦାବିରେ ବିଭିନ୍ନ ଶ୍ରମିକ ସଂଘର ଭାରତ ବନ୍ଦ: ରାଜ୍ୟରେ ଜୀବନଯାତ୍ରା ପ୍ରଭାବିତ

ଭୁବନେଶ୍ୱର:  ଦେଶର ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଆଇଏନଟିୟୁସି, ଏଆଇଟିୟୁସି, ସିଟୁ ଏବଂ ହିନ୍ଦ୍ ମଜଦୁର ସଂଘ ସମେତ ଅନେକ ଟ୍ରେଡ ୟୁନିୟନ ଏହି ବନ୍ଦ ଡାକରା ଦେଇଥିଲେ। ୧୨ ଦଫା ଦାବିରେ ଦେଶବ୍ୟାପୀ ଏହି ବନ୍ଦ ପାଳନ କରାଯାଇଛି । ଖାଦ୍ୟ ପଦାର୍ଥ ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଦରବୃଦ୍ଧି ରୋକିବା, କର୍ମନିଯୁକ୍ତି କ୍ଷେତ୍ରକୁ ସମ୍ପ୍ରସାରିତ କରିବା, ପ୍ରଚଳିତ ଶ୍ରମ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା, ଶ୍ରମିକମାନଙ୍କ […]

bada

bada

Rakesh Mallick
  • Published: Wednesday, 02 September 2015
  • Updated: 03 September 2015, 02:07 AM IST

Sports

Latest News

ଭୁବନେଶ୍ୱର:  ଦେଶର ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଆଇଏନଟିୟୁସି, ଏଆଇଟିୟୁସି, ସିଟୁ ଏବଂ ହିନ୍ଦ୍ ମଜଦୁର ସଂଘ ସମେତ ଅନେକ ଟ୍ରେଡ ୟୁନିୟନ ଏହି ବନ୍ଦ ଡାକରା ଦେଇଥିଲେ। ୧୨ ଦଫା ଦାବିରେ ଦେଶବ୍ୟାପୀ ଏହି ବନ୍ଦ ପାଳନ କରାଯାଇଛି । ଖାଦ୍ୟ ପଦାର୍ଥ ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଦରବୃଦ୍ଧି ରୋକିବା, କର୍ମନିଯୁକ୍ତି କ୍ଷେତ୍ରକୁ ସମ୍ପ୍ରସାରିତ କରିବା, ପ୍ରଚଳିତ ଶ୍ରମ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା, ଶ୍ରମିକମାନଙ୍କ ସର୍ବନିମ୍ନ ମାସିକ ଦରମା ୧୫ ହଜାର ଟଙ୍କ। ସ୍ଥିର କରିବା ଆଦି ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଥିଲା। ଏହାକୁ ସଫଳ କରିବାକୁ ସମସ୍ତ ଶ୍ରମିକ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।

[caption id="attachment_28835" align="aligncenter" width="1024"]bandha ଭୁବନେଶ୍ୱରରେ ବିଭିନ୍ନ ଶ୍ରମିକ ସଂଗଠନର ବନ୍ଦ ପାଳନ[/caption]

ଏହି ବନ୍ଦର ପ୍ରଭାବ ଓଡ଼ିଶାର ବିଭିନ୍ନ ସହରରେ ଦେଖିବାକୁ ମିଳିଥିଲା। ବନ୍ଦ ଯୋଗୁଁ ରାଜ୍ୟରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ସହରର ବିଭିନ୍ନ ସ୍ଥାନରେ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା । ରେଳ ଷ୍ଟେସନରେ ମଧ୍ୟ ଧାରଣା ଦିଆଯାଇଥିଲା। ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।ନାଲକୋ ଭବନ ସମ୍ମୁଖରେ ମଧ୍ୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଧାରଣା ଦିଆଯାଇଥିଲା। କିଛି ସଂଗଠନ ପକ୍ଷରୁ ମୋଟରସାଇକେଲ୍ ରାଲି କରାଯାଇଥିଲା।

ଅଖିଳ ଭାରତ ଟ୍ରେୟୁନିୟନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ସମ୍ୱଲପୁରରେ ମଧ୍ୟ ଦେଖିବାକୁ ମିଳିଥିଲା । ସକାଳୁ ବିକ୍ଷୋଭକାରୀମାନେ ସମ୍ୱଲପୁର କ୍ଷେତରାଜପୁର ରେଳ ଷ୍ଟେସନରେ ରେଳରୋକ କରିଥିଲେ। ସମ୍ୱଲପୁର-ପୁରୀ ଇଣ୍ଟରରସିଟି ଟ୍ରେନକୁ ପ୍ରାୟ ଅଧଘଣ୍ଟା ଯାଏ ଅଟକ ରଖିଥିଲେ। ଫଳରେ ରେଳସେବା କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା। ଅନ୍ୟପକ୍ଷରେ ସହରରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।  ଜାତୀୟ ରାଜପଥରେ ଶହ ଶହ ସଂଖ୍ୟାରେ ଗାଡି ମଟର ଅଟକି ରହିଛି।  ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା । ବନ୍ଦରେ ବିଭିନ୍ନ କେନ୍ଦ୍ରିୟ ଶ୍ରମିକ ସଙ୍ଗଠନ ସାମିଲ ହୋଇଛନ୍ତି।

[caption id="attachment_28836" align="aligncenter" width="750"]bandha ସମ୍ବଲପୁରରେ ଶ୍ରମିକ ସଂଗଠନଗୁଡ଼ିକର ରେଳରୋକ[/caption]

ସେହିପରି ବାଲେଶ୍ୱରରେ ରେଳରୋକ କରାଯିବା ସହିତ ବସଷ୍ଟାଣ୍ଡରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।  ବସ ଚଳାଚଳ ବନ୍ଦ ରହିବା ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା । ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ସହରରେ ବାଇକ୍ ଶୋଭାଯାତ୍ରା ମଧ୍ୟ କରାଯାଇଥିଲା।

ଭାରତ ବନ୍ଦକୁ ନୟାଗଡ଼ରେ ବି ମିଳିଥିଲା ସମର୍ଥନ। ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ନୟାଗଡ଼ ବନ୍ଦ ପାଳନ କରାଯାଇଥିଲା । ସ୍ଥାନୀୟ ଟ୍ରାଫିକ ଛକରେ ଆନ୍ଦୋଳନକାରୀମାନେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ବନ୍ଦର ପ୍ରଭାବରେ ବସ୍ ଚଳାଚଳ ବନ୍ଦ ରହିଥିଲା। ଫଳରେ ଦୂର ସ୍ଥାନକୁ ଯିବାକୁ ଥିବା ଯାତ୍ରୀମାନେ ହଇରାଣ ହୋଇଥିଲେ । ବେସରକାରୀ ସ୍କୁଲ, ପେଟ୍ରୋଲ ଟାଙ୍କି, ଦୋକାନ ବଜାର ବି ବନ୍ଦ ରହିଥିଲା।

କନ୍ଧମାଳରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ଶ୍ରମିକମାନେ ଫୁଲବାଣୀର ବିଭିନ୍ନ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିବା ସହିତ ପିକେଟିଂ କରି ଦୋକାନବଜାର ବନ୍ଦ କରିଥିଲେ। ଏଠାରୁ ବିଭିନ୍ନ ସ୍ଥାନକୁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ବସ୍ ଚାଲୁ ନ ଥିବା ଯୋଗୁ ଯାତ୍ରୀମାନେ ହଇରାଣ ହୋଇଥିଲେ।

ଭଦ୍ରକରେ ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ୟୁନିୟନର ନେତା ଓ କର୍ମୀମାନେ ୫ ନମ୍ବର ଜାତୀୟ ରାଜପଥକୁ ଚରମ୍ପାଠାରେ ଅବରୋଧ କରିଥିଲେ। ଆନ୍ଦୋଳନକାରୀମାନେ ବନ୍ତ ଛକରେ ପିକେଟିଂ କରିବା ସହିତ ଶୋଭାଯାତ୍ରା କରି ବିଭିନ୍ନ ଅଫିସ୍ ବନ୍ଦ କରିଥିଲେ। ସହରର ସମସ୍ତ ସ୍କୁଲ୍, କଲେଜ, ସରକାରୀ ଓ ବେସରକାରୀ ସଂସ୍ଥା ଦୋକାନ ବଜାର ବନ୍ଦ ରହିଥିଲା। ଆନ୍ଦୋଳନକାରୀମାନେ ଚରମ୍ପା ଷ୍ଟେସନରେ ଡିଏମୟୁ ଟ୍ରେନକୁ ଅଟକ ରଖିଥିଲେ।

ସେହିଭଳି ଇସ୍ପାତ ନଗରୀ ରାଉଲକେଲାରେ ମଧ୍ୟ ବନ୍ଦ ପାଳନ କରିଛନ୍ତି ଶ୍ରମିକ ସଂଗଠନଗୁଡ଼ିକ। ରାଉଲକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବଣେଇ, ରାଜଗାଙ୍ଗପୁର ଆଦି ଅଞ୍ଚଳର ଥିବା ଖଣିଖାଦାନ ବନ୍ଦ ରହିଥିଲା।

ଝାରସୁଗୁଡ଼ା, ବୌଦ୍ଧ ଓ ଯାଜପୁର ଆଦି ଜିଲ୍ଲାରେ ବିଭିନ୍ନ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ତେବେ ବନ୍ଦ ପାଳନ ବେଳେ ରାଜ୍ୟର କିଛି ସ୍ଥାନରେ ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଛି । ଆନ୍ଦୋଳନକାରୀମାନେ ରାସ୍ଥାରେ ଟାୟାର ଜାଳିବା ସହ ଜୋରଜବରଦସ୍ତ ଗାଡି ଚଳାଚଳ, ଦୋକାନ, ବଜାର, ସ୍କୁଲ, କଲେଜ ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକୁ ବନ୍ଦ କରୁଥିବା ଦେଖିବାକୁ ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story