ବଜ୍ରାଘାତରେ ୨୫ ଗାଈ ମୃତ

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ରେଢ଼ାଖୋଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଆଜି ଅପରାହ୍ନରେ ବର୍ଷା ସାଂଗକୁ ବଜ୍ରାଘାତ ହେବାରୁ ଗାଇ ଗୋଠରେ ଥିବା ୨୫ଟି ଗାଈଙ୍କର ମୃତ୍ୟୁ ଘଟିଛି।  ଏଥିରେ ଅନ୍ୟ କିଛି ଗାଈ ଗୁରୁତର ଓ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ,  ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ପାଣିମୁରା ପଞ୍ଚାୟତ ଜରେସିଙ୍ଘା ଗାଁରେ ଗାଈ ସବୁ ଏକ ଗଛମୂଳରେ ଗୋଠରେ ଥିବା ବେଳେ ହଠାତ୍‌ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା।  ଏଥିରେ ୨୪ଟି ଗାଈଙ୍କ […]

cow

Tapas Behera
  • Published: Monday, 30 August 2021
  • , Updated: 30 August 2021, 04:40 PM IST

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ରେଢ଼ାଖୋଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଆଜି ଅପରାହ୍ନରେ ବର୍ଷା ସାଂଗକୁ ବଜ୍ରାଘାତ ହେବାରୁ ଗାଇ ଗୋଠରେ ଥିବା ୨୫ଟି ଗାଈଙ୍କର ମୃତ୍ୟୁ ଘଟିଛି।  ଏଥିରେ ଅନ୍ୟ କିଛି ଗାଈ ଗୁରୁତର ଓ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ,  ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ପାଣିମୁରା ପଞ୍ଚାୟତ ଜରେସିଙ୍ଘା ଗାଁରେ ଗାଈ ସବୁ ଏକ ଗଛମୂଳରେ ଗୋଠରେ ଥିବା ବେଳେ ହଠାତ୍‌ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା।  ଏଥିରେ ୨୪ଟି ଗାଈଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳି ଯାଇଛି। ଏଥିରେ ଗୋପାଳନ କରୁଥିବା ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆଗାମୀ ୨୪ ଘଣ୍ଟା ଯାଏ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତି ଜିଲ୍ଲାର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ରାଜଧାନୀରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

Related story