୨ ନବମ ଶ୍ରେଣୀ ଛାତ୍ରୀ ଉଦ୍ଧାର, ଜୋର କରି ପୁରୀ ନେଉଥିଲେ ୩ ଦଲାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଚାଇଲ୍ଡ ଲାଇନ ଆଜି ଦୁଇ ଜଣ ନବମ ଶ୍ରେଣୀ ଛାତ୍ରୀଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ୩ ଜଣ ଦଲାଲ ଜୋର କରି ପୁରୀ ନେଇଯାଉଥିବା ଜଣାପଡ଼ିଛି। ୨ ଛାତ୍ରୀ ଉଦ୍ଧାର ହୋଇଥିଲେ ବି ୩ ଦଲାଲ ଖସି ପଳାଇବାରେ ସଫଳ ହୋଇଛନ୍ତି। ଉଦ୍ଧାର ହୋଇଥିବା ୨ ଛାତ୍ରୀ କଟକ ନୟାବଜାର ଅଞ୍ଚଳର। ସେମାନଙ୍କୁ ଏକ ଘରୋଇ ବସ୍‌ରେ ପୁରୀ ନିଆଯାଉଥିବା ନେଇ ଚାଇଲ୍ଡ ଲାଇନ୍‌ଙ୍କୁ କେହି ଜଣେ ଖବର ଦେଇଥିଲେ। ଏହାପରେ […]

Image

Jitendra Garnayak
  • Published: Tuesday, 17 May 2022
  • , Updated: 17 May 2022, 07:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଚାଇଲ୍ଡ ଲାଇନ ଆଜି ଦୁଇ ଜଣ ନବମ ଶ୍ରେଣୀ ଛାତ୍ରୀଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ୩ ଜଣ ଦଲାଲ ଜୋର କରି ପୁରୀ ନେଇଯାଉଥିବା ଜଣାପଡ଼ିଛି। ୨ ଛାତ୍ରୀ ଉଦ୍ଧାର ହୋଇଥିଲେ ବି ୩ ଦଲାଲ ଖସି ପଳାଇବାରେ ସଫଳ ହୋଇଛନ୍ତି।

ଉଦ୍ଧାର ହୋଇଥିବା ୨ ଛାତ୍ରୀ କଟକ ନୟାବଜାର ଅଞ୍ଚଳର। ସେମାନଙ୍କୁ ଏକ ଘରୋଇ ବସ୍‌ରେ ପୁରୀ ନିଆଯାଉଥିବା ନେଇ ଚାଇଲ୍ଡ ଲାଇନ୍‌ଙ୍କୁ କେହି ଜଣେ ଖବର ଦେଇଥିଲେ। ଏହାପରେ ଚାଇଲ୍ଡ ଲାଇନ ତୁରନ୍ତ ପଦକ୍ଷେପ ନେଇଥିଲା। ଚାଇଲ୍ଡ ଲାଇନ୍‌ର ଏକ ଟିମ୍ ଉକ୍ତ ବସ୍‌କୁ ପିଛା କରିଥିଲେ। ଭୁବନେଶ୍ୱର କଳ୍ପନା ଛକ ନିକଟରେ ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ସେମାନେ ଉକ୍ତ ବସ୍‌ରୁ ଛାତ୍ରୀ ଦ୍ୱୟଙ୍କୁ ଉଦ୍ଧାର କରିଥିଲେ।

ଏହି ଛାତ୍ରୀମାନେ କହିଛନ୍ତି ଯେ ସେମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ୩ ଜଣ ବ୍ୟକ୍ତି ପୁରୀ ନେଇ ଯାଉଥିଲେ। ତିନି ଜଣ ଦଲାଲ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ନାଁ ରବୀନ୍ଦ୍ର ପ୍ରଧାନ ବୋଲି ଜଣାପଡ଼ିଛି। ଚାଇଲ୍ଡ ଲାଇନ୍ ଟିମ୍ ତା’ ଆଧାର କାର୍ଡର ଫୋଟ ଉଠାଇଛି।

ଉଦ୍ଧାର ହୋଇଥିବା ଦୁଇ ନାବାଳିକାଙ୍କୁ ଅତିରିକ୍ତ ସିଡବ୍ଲ୍ୟୁସିଙ୍କ ନିକଟରେ ହାଜର କରାଯାଇଥିଲା। ସେମାନଙ୍କୁ ଭିଜେଏସ୍‌ଏସ୍‌ ଓପନ୍ ସେଲଟରକୁ ପଠାଇ ଦିଆଯାଇଛି। ସେମାନଙ୍କୁ କାଉନ୍‌ସେଲିଂ କରାଯାଉଛି। ତା’ସହିତ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଭୁବନେଶ୍ୱର ଚାଇଲ୍ଡ ଲାଇନ୍‌ ପକ୍ଷରୁ ସୂଚନା ମିଳିଛି।

Related story