ଭରା ନଈରେ ଦୁଇ ଅଙ୍ଗନବାଡ଼ି କର୍ମୀ

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ଜୀବନକୁ ବାଜି ଲଗେଇ ନିଜର କର୍ତ୍ତବ୍ୟ ସଂପାଦନ କରିଥିବା ୨ ଅଙ୍ଗନବାଡ଼ି କର୍ମୀ ଏବେ ଅନ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ୍‌ ପାଲଟିଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଳେଗାଡ଼ା ପଞ୍ଚାୟତର ୨ କର୍ମୀ ହେମଲତା ଶୀଶା ଓ ପ୍ରମିଳା ପେନେଲ ଭରା ନଈରେ ପାର ହୋଇ ନିଜର ଦାୟିତ୍ୱ ତୁଲାଇଛନ୍ତି। ବର୍ଷା ଦିନେ ପାଞ୍ଚାୟତର ଅନେକ ଗାଁ ବିଛିନ୍ନ ହୋଇଯାଏ। ଏହି ସମୟରେ ମହିଳା ଓ ଶିଶୁଙ୍କୁ ସେବା କରିବା ଲାଗି ୨ […]

malkangiri.jpg1

Manoranjan Sial
  • Published: Thursday, 24 September 2020
  • , Updated: 24 September 2020, 07:53 PM IST

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ଜୀବନକୁ ବାଜି ଲଗେଇ ନିଜର କର୍ତ୍ତବ୍ୟ ସଂପାଦନ କରିଥିବା ୨ ଅଙ୍ଗନବାଡ଼ି କର୍ମୀ ଏବେ ଅନ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ୍‌ ପାଲଟିଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଳେଗାଡ଼ା ପଞ୍ଚାୟତର ୨ କର୍ମୀ ହେମଲତା ଶୀଶା ଓ ପ୍ରମିଳା ପେନେଲ ଭରା ନଈରେ ପାର ହୋଇ ନିଜର ଦାୟିତ୍ୱ ତୁଲାଇଛନ୍ତି।

ବର୍ଷା ଦିନେ ପାଞ୍ଚାୟତର ଅନେକ ଗାଁ ବିଛିନ୍ନ ହୋଇଯାଏ। ଏହି ସମୟରେ ମହିଳା ଓ ଶିଶୁଙ୍କୁ ସେବା କରିବା ଲାଗି ୨ କର୍ମୀ ଅଣ୍ଟାରେ ନାଉତୁମ୍ବା ବାନ୍ଧି ନଦୀ ପାର ହୋଇ ସୁଆପାଲି ଓ ନେରୁଡ଼ି ଗାଁରେ ପହଞ୍ଚିଥାନ୍ତି। ଜୀବନକୁ ବାଜି ଲଗେଇ ସେବା କରୁଥିବାରୁ ଦୁହିଁଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।

Related story