ଆଉ ୨ ବିଧାୟକଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ଆଉ ଦୁଇଜଣ ବିଜେଡି ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି। ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ବରୀ ବିଧାୟକ ସୁନନ୍ଦା ଦାସ କରୋନା ସଂକ୍ରମିତ ହୋଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
ଉଭୟ ବିଧାୟକ ନିଜର ସୋସିଆଲ ମିଡିଆରେ ଦେଇଥିବା ସୂଚନା ଅନୁସାରେ, ସେମାନେ କୋଭିଡ୍ ପରୀକ୍ଷା ପରେ ପଜେଟିଭ୍ ଚିହ୍ନଟ ହୋଇଛନ୍ତି।

ସେମାନେ ସୁସ୍ଥ ଅଛନ୍ତି ଓ ନିଜ ଘରେ ସଙ୍ଗରୋଧରେ ଅଛନ୍ତି। ସେମାନଙ୍କ ସଂସ୍ପର୍ଶରେ ବିଗତ ଦିନରେ ଆସିଥିବା ଲୋକମାନେ ନିଜର କୋଭିଡ୍ ପରୀକ୍ଷା କରାଇବା ସହ ଗୃହ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି କୃଷିମନ୍ତ୍ରୀ ଅରୁଣ ସାହୁ ଏବଂ ପୂର୍ବରୁ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କରୋନା ପଜେଟିଭ ଚିହ୍ନଟ ହୋଇଥିଲେ।

ଆହୁରି ପଢ଼ନ୍ତୁ