ଭଦ୍ରକ ବିଜେପି ଦୁଇଭାଗ, ବନ୍ଧୁ ମିଳନରେ ହାତାହାତି

Ordigital Desk
  • Published: Friday, 15 June 2018
  • , Updated: 15 June 2018, 07:03 PM IST
<p>ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ବିଜେପିରେ ଦେଖିବାକୁ ମିଳିଛି ଗୋଷ୍ଠୀ କନ୍ଦଳ। ଆଜି ଦୁଇ ଗୋଷ୍ଠୀ ହାତାହାତି ହୋଇଛନ୍ତି। ଏଥିପାଇଁ ବନ୍ଧୁ ମିଳନ ଉତ୍ସବକୁ ଆସିଥିବା ଅତିଥିଙ୍କୁ ହଟହଟା ହେବାକୁ ପଡ଼ିଛି।</p> <p>ରଜ ଉପଲକ୍ଷେ ଭଦ୍ରକ ଦ୍ରୌପଦୀ କଲ୍ୟାଣ ମଣ୍ଡପରେ ବିଜେପି ନେତା ତୁଷାର ଜେନା ଏକ ବନ୍ଧୁ ମିଳନ ଉତ୍ସବ ଆୟୋଜନ କରିଥିଲେ। ଏଥିରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ରକ୍ଷା କରି ମୂରଲୀ ଶର୍ମା, ଅନୀଲ ଧିର, ପଞ୍ଚାନନ ରାଉତ ଓ ଡ.ପ୍ରଦୀପ ନାୟକ ପ୍ରମୁଖ ଯୋଗଦେଇଥିଲେ। ମାତ୍ର ଡ.ପ୍ରଦୀପ ନାୟକଙ୍କ ସମର୍ଥକଙ୍କୁ ସଭା ସ୍ଥଳକୁ ଛଡ଼ା ଯାଇ ନଥିଲା। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତୁଷାରଙ୍କ ସମର୍ଥକ ଓ ପ୍ରଦୀପଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଫଳରେ ପ୍ରଦୀପ ମଞ୍ଚକୁ ନଯାଇ ସମର୍ଥକଙ୍କୁ ଧରି ସଭା ସ୍ଥଳରୁ ପଳାଇ ଆସିଥିଲେ। ପରେ ସଭା କାର୍ଯ୍ୟ ଚାଲିଥିଲା। ସଭା କାର୍ଯ୍ୟ ସରିବା ପରେ ତୁଷାର ଅତିଥିଙ୍କୁ ଧରି ଫେରୁଥିଲେ। ଏହି ସମୟରେ ପ୍ରଦୀପଙ୍କ ସମର୍ଥକମାନେ ସେମାନଙ୍କ ଗାଡ଼ିକୁ ଅଟକାଇ ଆଗକୁ ଛାଡ଼ି ନଥିଲେ। ଏହାକୁ ନେଇ ସେଠାରେ ମଧ୍ୟ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବୁଝାଶୁଝା ପରେ ପରିବେଶ ଶାନ୍ତ ପଡ଼ିଥିଲା।</p> <p>ବନ୍ଧୁ ମିଳନ ଉତ୍ସବ ଆୟୋଜନ କରିଥିବା ତୁଷାର ଜେନା କହିଛନ୍ତି,&ldquo;ବନ୍ଧୁ ମିଳନ ଉତ୍ସବଟି ବିଜେପିର କାର୍ଯ୍ୟକ୍ରମ ନୁହେଁ। ଏହା ମୋର ବ୍ୟକ୍ତିଗତ କାର୍ଯ୍ୟକ୍ରମ। ସେଥିପାଇଁ ମୁଁ ମୋର ପ୍ରିୟଜନଙ୍କୁ ନିମନ୍ତ୍ରଣ କରିଥିଲି। ଯେଉଁମାନଙ୍କୁ ଚିହ୍ନି ନାହିଁ କି ଜାଣିନାହିଁ ସେମାନେ ଆସିବେ କାହିଁକି? ଏହାକୁ ନେଇ ରାଜନୀତି କରିବା ଠିକ୍&zwnj; ନୁହେଁ।&rdquo;</p> <p>ଡ.ପ୍ରଦୀପ ନାୟକ କହିଛନ୍ତି-&ldquo;ବନ୍ଧୁ ମିଳନ ନାଁରେ ଏହା ଏକ ରାଜନୈତିକ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବ୍ୟକ୍ତି ଜଣକ ପୂର୍ବରୁ ପାର୍ଟିରୁ ନିଲମ୍ୱିତ ହୋଇଥିଲେ। ନିଲମ୍ୱନ ଆଦେଶ ଉଠିବା ପରେ ସେ ସମାନ୍ତରାଳ ଭାବେ କିଛି ଅସନ୍ତୁଷ୍ଟ ନେତାଙ୍କୁ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଯେହେତୁ ବିଜେପି ପତାକା ଓ ରାଜ୍ୟସ୍ତରୀୟ ନେତାଙ୍କ ଫଟୋ ଥିବା ବ୍ୟାନର ଲାଗିଥିଲା, ତେଣୁ ବହୁ କର୍ମୀ ଯୋଗଦେଇଥିଲେ। ମାତ୍ର କର୍ମୀମାନଙ୍କୁ ଭିତରକୁ ଛାଡ଼ା ଯାଇ ନଥିଲା। ଏପରିକି ଗୁଣ୍ଡା ଲଗାଇ ମାଡ଼ ମାରାଯାଇଥିଲା।&rdquo;</p>

Related story