ଉଦୟପୁର ବେଳାଭୂମି ଅଶାନ୍ତ: ୨ ଡଙ୍ଗା ଭାଙ୍ଗିଲା, ଗୋଟେ ଭାସିଗଲା

Ordigital Desk
  • Published: Friday, 20 October 2017
  • , Updated: 20 October 2017, 07:40 PM IST
<p>ବାଲେଶ୍ୱର: ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲାରେ ପ୍ରବଳ କ୍ଷତି ହୋଇଛି। ଭୋଗରାଇର ଉଦୟପୁର ବେଳାଭୂମିରେ ସମୁଦ୍ର ଅଶାନ୍ତ ରହିଛି। ଉଚ୍ଚ ଢେଉ ଓ ପବନରେ ୨ ଜଣ ମତ୍ସ୍ୟଜୀବୀଙ୍କ ଡଙ୍ଗା ଭାଙ୍ଗି ଯାଇଥିବା ବେଳେ ଗୋଟିଏ ସମୁଦ୍ର ଭିତରରୁ ଭାସି ଯାଇଥିବା ଅଭିଯୋଗ ହୋଇଛି।</p> <p>ବର୍ଷା ଓ ପବନ ଯୋଗୁଁ ଶତାଧିକ ଝାଉଁ ଗଛ ନଷ୍ଟ ହୋଇଥିବା ଜଣାପଡ଼ିଛି।</p> <p>ମତ୍ସ୍ୟଜୀବୀଙ୍କ ଡଙ୍ଗା ଥଇଥାନ ଓ ସୁରକ୍ଷା ପାଇଁ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରାଯାଉ ନଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।</p>

Related story