ପୋଖରୀରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ, ହତ୍ୟା ନା ଦୁର୍ଘଟଣା!

ଯାଜପୁର (ଗୁଲାମ ଗସ୍‌): ପୋଖରୀରୁ ମିଳିଲା ଦୁଇଟି ମୃତଦେହ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ନା ଦୁର୍ଘଟଣା ଜଣାପଡ଼ି ନାହିଁ। ଗାଁ ଲୋକଙ୍କଠାରୁ ଖବର ପାଇ ଯାଜପୁର ସଦର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ଯାଜପୁର ଟାଉନ ଅଞ୍ଚଳର ଅଭିଜିତ ଉପାଧ୍ୟାୟ (୨୧) ଓ ଶୁଶିଲ ରାୟ(୨୫) ଏକ ବାଇକ୍‌ରେ କଟକ ଯାଉଥିଲେ। ୨୦ ନମ୍ୱର ଜାତୀୟ ରାଜପଥର କବୀରପୁରଠାରେ ଥିବା […]

jajpur

Manoranjan Sial
  • Published: Friday, 06 March 2020
  • , Updated: 06 March 2020, 03:44 PM IST

ଯାଜପୁର (ଗୁଲାମ ଗସ୍‌): ପୋଖରୀରୁ ମିଳିଲା ଦୁଇଟି ମୃତଦେହ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ନା ଦୁର୍ଘଟଣା ଜଣାପଡ଼ି ନାହିଁ। ଗାଁ ଲୋକଙ୍କଠାରୁ ଖବର ପାଇ ଯାଜପୁର ସଦର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ରାତିରେ ଯାଜପୁର ଟାଉନ ଅଞ୍ଚଳର ଅଭିଜିତ ଉପାଧ୍ୟାୟ (୨୧) ଓ ଶୁଶିଲ ରାୟ(୨୫) ଏକ ବାଇକ୍‌ରେ କଟକ ଯାଉଥିଲେ। ୨୦ ନମ୍ୱର ଜାତୀୟ ରାଜପଥର କବୀରପୁରଠାରେ ଥିବା ବୁଲାଣି ରାସ୍ତାରେ ଉଭୟ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ପୋଖରୀ ଭିତରେ ପଶି ଯାଇଥିଲେ। ଆଉ ବାହାରି ପାରିନଥିଲେ। ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକେ ମଧ୍ୟ ଦୁର୍ଘଟଣା ସମ୍ପର୍କରେ ଜାଣିପାରିନଥିଲେ।

ତେବେ ଆଜି ସକାଳେ ପୋଖରୀରେ ଗୋଟିଏ ହେଲ୍‌ମେଟ୍‌ ଭାସୁଥିବା ବେଳେ ଆଡ଼ିରେ ପାଣିକୁ ଲାଗି ବାଇକ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ସଦର ଥାନାକୁ ଖବର ଦିଆଯାଇଥିଲା। ପୁଲିସ, ଅଗ୍ନିଶମ କର୍ମଚାରୀଙ୍କ ମାଧ୍ୟମରେ ପୋଖରୀରୁ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛ ଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ମୃତ୍ୟୁର ପ୍ରକୃତ କାରଣ ଜରାପଡ଼ିବ।

Related story