ଖେଳୁ ଖେଳୁ ପୋଖରୀରେ ବୁଡ଼ି ଗଲେ ଦୁଇ ନାବାଳକ

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଚକ ପଞ୍ଚାୟତ ଅନ୍ତର୍ଗତ ସାମନ୍ତରାଇପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସ୍ୱାଗତ ମଲ୍ଲିକ ଓ ସମରଜିତ୍ ମଲ୍ଲିକ। ମିଳିଥିବା ସୂଚନା ଅନୁଯାୟୀ, ଏକ ବାଛୁରୀ ସହିତ ଖେଳୁଥିବା ବେଳେ ସେମାନେ ପୋଖରୀରେ ବୁଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା […]

bhadrak,,,

Tapaswini Nayak
  • Published: Wednesday, 19 September 2018
  • , Updated: 19 September 2018, 07:41 AM IST

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଚକ ପଞ୍ଚାୟତ ଅନ୍ତର୍ଗତ ସାମନ୍ତରାଇପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି।

ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସ୍ୱାଗତ ମଲ୍ଲିକ ଓ ସମରଜିତ୍ ମଲ୍ଲିକ।

ମିଳିଥିବା ସୂଚନା ଅନୁଯାୟୀ, ଏକ ବାଛୁରୀ ସହିତ ଖେଳୁଥିବା ବେଳେ ସେମାନେ ପୋଖରୀରେ ବୁଡ଼ି ଯାଇଥିଲେ।

ସେମାନଙ୍କୁ ଉଦ୍ଧାର କରାଯାଇ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Related story