ଅଜା ଘର ଯାଇ ଫେରିଲେନି ଦୁଇ ଭାଇ

ମୋହନା(ମିହିର ଜତି): ଅଜା ଘର ବୁଲିବାକୁ ଯାଇ ଦୁଇ ସମ୍ପର୍କୀୟ ଭାଇ ନିଖୋଜ ହୋଇ ଯାଇଛନ୍ତି। ଏପରି ଅଭିଯୋଗ ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଦୁଇ ଭାଇଙ୍କ ପତ୍ତା ପାଉନି। ବିରିକୋଟ ପଞ୍ଚାୟତ ମହାପଦର ଗାଁର ପବିତ୍ର ମଲ୍ଲିକଙ୍କ ପୁଅ ଆୟୁବ(୧୨) ଓ ପବିତ୍ରଙ୍କ ବଡ଼ ଭାଇ ମେଦାର୍ଦ୍ଧ ମଲ୍ଲିକଙ୍କ ପୁଅ ଗଜେନ୍ଦ୍ର(୧୬) ଗତ ୪ […]

child

Manoranjan Sial
  • Published: Friday, 11 December 2020
  • , Updated: 11 December 2020, 09:26 PM IST

ମୋହନା(ମିହିର ଜତି): ଅଜା ଘର ବୁଲିବାକୁ ଯାଇ ଦୁଇ ସମ୍ପର୍କୀୟ ଭାଇ ନିଖୋଜ ହୋଇ ଯାଇଛନ୍ତି। ଏପରି ଅଭିଯୋଗ ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଦୁଇ ଭାଇଙ୍କ ପତ୍ତା ପାଉନି।

ବିରିକୋଟ ପଞ୍ଚାୟତ ମହାପଦର ଗାଁର ପବିତ୍ର ମଲ୍ଲିକଙ୍କ ପୁଅ ଆୟୁବ(୧୨) ଓ ପବିତ୍ରଙ୍କ ବଡ଼ ଭାଇ ମେଦାର୍ଦ୍ଧ ମଲ୍ଲିକଙ୍କ ପୁଅ ଗଜେନ୍ଦ୍ର(୧୬) ଗତ ୪ ତାରିଖ ସନ୍ଧ୍ୟା ବେଳେ ଡେଙ୍ଗାପୁଚି ସ୍ଥିତ ଅଜା ଘରକୁ ବୁଲିବାକୁ ଯାଇଥିଲେ। ସେଠାରେ ରାତି ରହିଥିଲେ। ତା’ପର ଦିନ ଘରକୁ ଫେରୁଛନ୍ତି ବୋଲି ଅଜା ଘର ଲୋକଙ୍କୁ କହି ଆସିଥିଲେ। ହେଲେ ସେମାନେ ଘରକୁ ଫେରିଲେ ନାହିଁ। ପରିବାର ଚାରିଆଡ଼େ ଖୋଲିଥିଲେ ସେମାନଙ୍କୁ ପାଇନଥିଲେ। ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଛି। ହେଲେ ନିଖୋଜି ଥିବା ପିଲାଙ୍କ ଖବର ପାଉନି।

Related story