ଦୁଇ ଭାଇଙ୍କୁ ହାଣିଲା ପଡ଼ୋଶୀ

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ର କଚୁଆପଡ଼ା ଗାଁରେ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଟିଏ ପରିବାରର ଦୁଇ ଭାଇଙ୍କୁ କୋଦାଳରେ ଆକ୍ରମଣ କରିଛି ପଡ଼ୋଶୀ ଘରର ଜଣେ ବ୍ୟକ୍ତି। ଆହତ ଦୁଇ ଭାଇ ହେଲେ ଶ୍ରୀକାନ୍ତ ରଣା ଓ ପ୍ରଶାନ୍ତ ରଣା। ସେମାନଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଅଭିଯୁକ୍ତ ପ୍ରଶାନ୍ତ ବେହେରା ଫେରାର୍ ହୋଇଯାଇଛନ୍ତି। ବାଲିଆପାଳ ପୁଲିସ୍‌ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଜମିଜମାକୁ […]

attack

Jyoshna Pradhan
  • Published: Saturday, 27 April 2019
  • , Updated: 27 April 2019, 11:07 AM IST

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ର କଚୁଆପଡ଼ା ଗାଁରେ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଟିଏ ପରିବାରର ଦୁଇ ଭାଇଙ୍କୁ କୋଦାଳରେ ଆକ୍ରମଣ କରିଛି ପଡ଼ୋଶୀ ଘରର ଜଣେ ବ୍ୟକ୍ତି।

ଆହତ ଦୁଇ ଭାଇ ହେଲେ ଶ୍ରୀକାନ୍ତ ରଣା ଓ ପ୍ରଶାନ୍ତ ରଣା। ସେମାନଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ଅଭିଯୁକ୍ତ ପ୍ରଶାନ୍ତ ବେହେରା ଫେରାର୍ ହୋଇଯାଇଛନ୍ତି। ବାଲିଆପାଳ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଜମିଜମାକୁ ନେଇ ଏହି ଦୁଇ ଭାଇଙ୍କର ପ୍ରଶାନ୍ତଙ୍କ ସହ ଗଣ୍ଡଗୋଳ ହୋଇଥିଲା।

Related story