ଦୁଇଟି ବସ୍‌ ମୁହାଁମୁହିଁ ଧକ୍କା

ସମ୍ୱଲପୁର(ସମୀର ଷଡ଼ଙ୍ଗୀ): ସମ୍ୱଲପୁର ଜିଲ୍ଲା ମାନେଶ୍ୱରର ଭବାନୀପାଲି ଠାରେ ଦୁଇଟି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ୬ଟାରେ ଏହି ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱରରୁ-ବରଗଡ଼ ଯାଉଥିବା ‘ମିନୁ’ ଓ ସମ୍ୱଲପୁରରୁ ଅନୁଗୋଳ ଯାଉଥିବା ‘ଉଷା’ ବସ୍‌ ମଧ୍ୟରେ ଏହି […]

accident

Jyoshna Pradhan
  • Published: Thursday, 01 August 2019
  • , Updated: 01 August 2019, 08:54 AM IST

ସମ୍ୱଲପୁର(ସମୀର ଷଡ଼ଙ୍ଗୀ): ସମ୍ୱଲପୁର ଜିଲ୍ଲା ମାନେଶ୍ୱରର ଭବାନୀପାଲି ଠାରେ ଦୁଇଟି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳ ପ୍ରାୟ ୬ଟାରେ ଏହି ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱରରୁ-ବରଗଡ଼ ଯାଉଥିବା ‘ମିନୁ’ ଓ ସମ୍ୱଲପୁରରୁ ଅନୁଗୋଳ ଯାଉଥିବା ‘ଉଷା’ ବସ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ତେବେ କେଉଁ କାରଣରୁ ଏ ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ିନି।

ଜୁଲାଇ ୨୭ ତାରିଖରେ ‘ଦିଲ୍‌ଖୁସ୍‌’ ନାମକ ଏକ ବସ୍‌ ସମ୍ବଲପୁରର ଯୁଯୁମରା ନିକଟରେ ଓଲଟି ପଡ଼ିବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ।

 

Related story