ଦୌଡ଼ ବେଳେ ୨ କନ୍‌ଷ୍ଟେବଳ ଚାକିରି ଆଶାୟୀ ଅଚେତ

ସମ୍ୱଲପୁର (ସଞ୍ଜୟ ଜେନା): କଟକ ଓଏଏସ୍‌ଏପି ବାଟାଲିୟନ୍‌ରେ ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ଜଣେ ପୁଲିସ ଚାକିରି ଆଶାୟୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ଦୁଇ ଦିନ ପରେ ଆଜି ଦୁଇ କନ୍‌ଷ୍ଟେବଳ ଚାକିରୀ ଆଶାୟୀ ଅସୁସ୍ଥ ହୋଇଛନ୍ତି। ଦୌଡ଼ୁଥିବା ବେଳେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ସମ୍ୱଲପୁର ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୂରା ଘଟଣା ଏମିତି। ଗତ ୬ ଦିନ ଧରି ସମ୍ୱଲପୁରରେ କନ୍‌ଷ୍ଟେବଳ ପଦବୀ ପାଇଁ ଇଣ୍ଟରଭିୟୁ ହେଉଥିଲା। ଆଶାୟୀମାନେ ନିର୍ଦ୍ଧାରିତ […]

sambalpur

Ordigital Desk
  • Published: Saturday, 11 August 2018
  • , Updated: 11 August 2018, 04:15 PM IST

ସମ୍ୱଲପୁର (ସଞ୍ଜୟ ଜେନା): କଟକ ଓଏଏସ୍‌ଏପି ବାଟାଲିୟନ୍‌ରେ ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ଜଣେ ପୁଲିସ ଚାକିରି ଆଶାୟୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ଦୁଇ ଦିନ ପରେ ଆଜି ଦୁଇ କନ୍‌ଷ୍ଟେବଳ ଚାକିରୀ ଆଶାୟୀ ଅସୁସ୍ଥ ହୋଇଛନ୍ତି।

ଦୌଡ଼ୁଥିବା ବେଳେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ସମ୍ୱଲପୁର ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ପୂରା ଘଟଣା ଏମିତି। ଗତ ୬ ଦିନ ଧରି ସମ୍ୱଲପୁରରେ କନ୍‌ଷ୍ଟେବଳ ପଦବୀ ପାଇଁ ଇଣ୍ଟରଭିୟୁ ହେଉଥିଲା। ଆଶାୟୀମାନେ ନିର୍ଦ୍ଧାରିତ ସମୟରେ ପହଞ୍ଚି ଦୌଡ଼ ପରୀକ୍ଷାରେ ଭାଗ ନେଇଥିଲେ।

ଆଜି ଶେଷ ଦିନରେ ଦୌଡ଼ ଚାଲିଥିବା ବେଳେ ପରମାଣପୁର ଗାଁର ହରିଦର୍ଶନ ଚୌଧୁରୀ ଓ ସାକ୍ଷୀଗଡ଼ାର ସଞ୍ଜୟ କୁମାର ଦୀପ ସଂଜ୍ଞା ହରାଇ ପଡ଼ି ଯାଇଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ସମ୍ୱଲପୁର ସଦର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସମ୍ୱଲପୁର ଏସ୍‌ପି ସଞ୍ଜିବ ଆରୋରା ମେଡିକାଲ୍‌ ଯାଇ ଦୁଇ ଅସୁସ୍ଥ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଭେଟିଥିବା ଜଣାପଡ଼ିଛି।

Related story